ଆମ ସଂସ୍କୃତି, କଳା ଓ ଐତିହ୍ୟ

ଟଙ୍କିକିଆ ନୋଟର ୧୦୦ ବର୍ଷର ରୂପ ଓ କ୍ରମ ପରିବର୍ତ୍ତନ

ନୂଆଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଆପଣଙ୍କୁ ବଜାରରେ ସାଧାରଣତଃ ୧୦, ୨୦, ୫୦, ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଦେଖିବାକୁ ମିଳିଥାଏ। କିନ୍ତୁ ଯଦି ଛୋଟ ନୋଟ୍ ଉପରେ କଥାପଡ଼େ ତେବେ ମାର୍କେଟ ଏମାନଙ୍କର କଏନ ହିଁ ଚାଲୁଛି। ବିବାହ, ବ୍ରତ ତଥା କାହାକୁ ଭେଟି ଦେଲାବେଳେ ଲଫାପାରେ ଏକ ଟଙ୍କାର ମହତ୍ତ୍ୱ ବଢ଼ିଯାଇଥାଏ। କିନ୍ତୁ ଏହି କଥାର ସୂଚନା ହୁଏତ ଆପଣଙ୍କୁ ମନେ ନଥିବ କି ଗୋଟିଏ ସମୟ ଏମିତି ମଧ୍ୟ ଥିଲା ଯେତେବେଳେ କଏନ୍ କୁ ହଟାଇକରି ଏହାର ପରିବର୍ତ୍ତେ ନୋଟ ଜାରି କରାଯାଇଥିଲା। କିନ୍ତୁ ଆଜିର ସମୟରେ ଏକ ଟଙ୍କାର ନୋଟ ଖୋଜିଲେ ମଧ୍ୟ ମିଳିବ ନାହିଁ। ଯଦି ସେହି ନୋଟ କାହାକୁ ମିଳିଯାଏ ତେବେ ସେ ତାହାକୁ ରଖି ଦେଇଥାଏ। କାରଣ ଆଜିର ସମୟରେ ଏକ ଟଙ୍କାର ନୋଟ ଦେଖିବାକୁ ମିଳେନାହିଁ। ଏକ ଟଙ୍କାର ନୋଟ ଏବେ ନିକଟରେ ତା’ର ୧୦୦ ବର୍ଷ ପୂରଣ କରିଛି। ଏହି ଶହେ ବର୍ଷର ଜନ୍ମ ଶତ ବାର୍ଷିକୀରେ ଭାରତରେ ଏକ ଟଙ୍କାର ନୋଟ କିପରି ଆସିଥିଲା। ଚାଲନ୍ତୁ ଆରମ୍ଭ କରିବା ଏକ ଟଙ୍କାର ୧୦୦ ବର୍ଷର ଯାତ୍ରା ବିଷୟରେ –

ନୋଟର ଆରମ୍ଭର ଇତିହାସ ଯେତିକି ପୁରୁଣା ତା’ର କାହାଣୀ ମଧ୍ୟ ସେତିକି ମଜାଦାର। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଦେଶରେ ବ୍ରିଟିଶ୍ ଶାସନ ଚାଲୁଥିଲା। ସେ ସମୟରେ ଏକ ଟଙ୍କାର ମୁଦ୍ରା ଚାନ୍ଦିର ହେଉଥିଲା। କିନ୍ତୁ ଯୁଦ୍ଧ ସମୟରେ ସରକାର ଚାନ୍ଦିର ମୁଦ୍ରା ଛାପିବା ପାଇଁ ଅସମର୍ଥ ହୋଇଥିଲେ। ତା’ ପରେ ବ୍ରିଟିଶ ଶାସନ କାଳରେ ୧୯୧୭ ମସିହାରେ ଏକ ଟଙ୍କାର ନୋଟ ଜାରି କରାଗଲା। ଏହି ନୋଟ ଉପରେ ବ୍ରିଟେନର ରାଜା ଜର୍ଜ ପଞ୍ଚମଙ୍କର ଫଟୋ ଛପା ଯାଇଥିଲା।

ଆରବିଆଇର ୱେବସାଇଟର ମୁତାବକ ଏକ ଟଙ୍କାର ନୋଟ ଛାପିବାକୁ ୧୯୨୬ରେ ପ୍ରଥମ ଥର ବନ୍ଦ କରାଯାଇଥିଲା କାରଣ ଏହାର ଖର୍ଚ୍ଚ ଅଧିକ ଥିଲା। ଗତ ୧୦୦ ବର୍ଷ ମଧ୍ୟରେ ଏକ ଟଙ୍କାର ନୋଟର ଡିଜାଇନକୁ ୨୮ ଥର ବଦଳା ଯାଇଛି।


ଏକ ଟଙ୍କାର ଦ୍ୱିତୀୟ ନୋଟ: ୧୯୩୫ ରେ ଜାରି କରାଯାଇଥିଲା। ଏହି ନୋଟକୁ ହାତରେ ପ୍ରସ୍ତୁତ କାଗଜ ଉପରେ ଛପା ଯାଇଥିଲା। ଏହି ନୋଟ ଉପରେ ମଧ୍ୟ ରାଜା ଜର୍ଜଙ୍କର ଫଟୋ ଲାଗିଥିଲା।


ଏପରି ଦେଖାଯାଉଥିଲା ତୃତୀୟ ନୋଟ୍


ସ୍ୱାଧିନ ଭାରତର ପ୍ରଥମ ଏକ ଟଙ୍କାର ନୋଟ:ଭାରତର ସ୍ୱାଧିନତା ପୂର୍ବରୁ ଏକ ଟଙ୍କାର ନୋଟକୁ ରାଷ୍ଟୀୟ ଚିହ୍ନ ସହିତ ଜାରି କରାଯାଇଛି।


ସ୍ୱାଧିନ ଭାରତର ପ୍ରଥମ ଏକ ଟଙ୍କାର ନୋଟ ଯେଉଁଥିରେ ଗାନ୍ଧୀଜୀଙ୍କର ଫଟୋ ଲାଗିଛି


ଏକ ଟଙ୍କାର ନୋଟରେ ଏକ ପରିବର୍ତ୍ତନ ଏହାମଧ୍ୟ


ଏକ ଟଙ୍କାର ନୋଟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନୁହେଁ ସରକାର ଜାରି କରନ୍ତି। ଅନ୍ୟ ସମସ୍ତ ନୋଟ ଆରବିଆଇ ଜାରି କରିଥାଏ


ମସିହା ୧୯୫୭ ପର୍ଯ୍ୟନ୍ତ ନୋଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ


ଏକ ଟଙ୍କାର ନୋଟ ଉପରେ ଅର୍ଥ ସଚିବଙ୍କର ହସ୍ତାକ୍ଷର କରାଯାଏ। ଅନ୍ୟ  ସମସ୍ତ ନୋଟ୍ ଉପରେ ଆରବିଆଇର ଗବର୍ଣ୍ଣଙ୍କର ହସ୍ତାକ୍ଷର ଦେଖିବାକୁ ମିଳେ।
୧୯୩୪ ନିୟମ ମୁତାବକ ଏକ ଟଙ୍କାର ନୋଟକୁ ମୁଦ୍ରା କିମ୍ୱା କଏନ୍ ବୋଲି ବିବେଚନା କରାଯାଏ।

ଏସିଆନ୍ ଏଜ୍ ର ରିପୋର୍ଟ ମୁତାବକ ୧୯୪୮ରେ ଏକ ଟଙ୍କାର ନୋଟର ୬୦ଟି ସିରିଜ ଜାରି କରାଯାଇଥିଲା ଯେଉଁଥିରେ ଆରବିଆଇ ଗବର୍ଣ୍ଣରଙ୍କର ହସ୍ତାକ୍ଷର ଥିଲା।


ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ସଚିବ ରହିଥିବା ମନମୋହନ ସିଂହଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇଥିବା ଏକ ଟଙ୍କାର ନୋଟ।


ଆଜିର ସମୟରେ ଏକ ଟଙ୍କାର ନୋଟ ଏହାକୁ ୨୦୧୬ ରେ ପୁନଃ ଲଞ୍ଚ କରାଯାଇଥିଲା। ଏହିପରି ଭାବରେ ହୋଇଥାଲା ଟଙ୍କିକିଆ ନୋଟ୍ ର କ୍ରମ ପରିବର୍ତ୍ତନ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top