ଓଡ଼ିଶା

ଟଙ୍କା ମୂଲ୍ୟ କମୁଛି, ତେଲ ଦର ମହଙ୍ଗା। ଉଭୟ ମୋଦି ଓ ନବୀନ ଶୋଷୁଛନ୍ତି ଲୋକଙ୍କୁ

ଯଦି ନବୀନ ପ୍ରକୃତରେ ତୈଳଦରକୁ ବିରୋଧ କରୁଛନ୍ତି ତା’ହେଲେ ୧୦ ତାରିଖ ବିଧାନସଭା ଦିନ ୩ ଟା ପର୍ଯ୍ୟନ୍ତ ବର୍ଜନ କରନ୍ତୁ – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର ତା ୯.୯ (ଓଡ଼ିଆ ପୁଅ) – ତୈଳ ଦରକୁ ବିରୋଧ କରି ଭାରତୀୟ ଜାତୀୟ କଂଗ୍ରେସର ଭାରତ ବନ୍ଦ ଡାକରାକୁ ସାରା ରାଜ୍ୟବାସୀ ସ୍ୱତଃସ୍ପୃତ ଭାବେ ସଫଳ କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମୋଦି ସରକାର ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି: ବିଜେପି ମୁନାଫା କମାଇ ଚାଲିଛି। ମୋଦି ସରକାର ପେଟ୍ରୋଲ, ଡିଜେଲ ଉପରେ ଟିକସ ଲଗାଇ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଲୁଟ କରିଛନ୍ତି। ମୋଦି ସରକାର ବିଦେଶୀ ରାଷ୍ଟ୍ରକୁ ଶସ୍ତରେ ପେଟ୍ରୋଲ-ଡିଜେଲ ବିକ୍ରି କରୁଛନ୍ତି, ଇନ୍ଧନ ନିଆଁରେ ଜଳୁଛନ୍ତି ଭାରତୀୟ। ନିର୍ବାଚନ ପୂର୍ବରୁ ବିଜେପିର ସ୍ଲୋଗାନ ଏବେ ସାଧାରଣ ଲୋକଙ୍କ ପାଇଁ ନିଷ୍ଠୁର ପରିହାସ ପାଲଟିଛି। ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଅତ୍ୟନ୍ତ କଠୋର ଟିକସ ଲାଗୁ କରାଯିବା ଦ୍ୱାରା ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ଉପରେ ବୋଝ ଲଦି ମୋଦି ସରକାର ଗତ ୫୨ ମାସ ମଧ୍ୟରେ ୧୧ ଲକ୍ଷ କୋଟି ଟଙ୍କାରୁ ଅଧବକ ଟିକସ ଆକାରରେ ସଂଗ୍ରହ କରିଛନ୍ତି। ଏବେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ମୂଲ୍ୟ ଆକାଶ ଛୁଆଁ ହୋଇଛି ଏବଂ ସାଧାରଣ ଲୋକ, ମଧ୍ୟମ ବର୍ଗ, କୃଷକ, ପରିବହନକାରୀ ଏବଂ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ଏହାର ମାତ୍ରାଧିକ ବୋଝ ବହନ କରୁଛନ୍ତି। ୨୦୧୪ ମେ ୧୬ ତାରିଖରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୧୦୭.୦୯ ଡଲାର ରହିଥିଲାବେଳେ ସଂପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୩ ଡଲାର ରହିଛି, ଯାହା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଥିବା ମୂଲ୍ୟର ପ୍ରାୟ ୪୦ ପ୍ରତିଶତ। ତଥାପି ମୋଦି ସରକାର ସମୟରେ ପେଟ୍ରୋଲ/ଡ଼ିଜେଲ ମୂଲ୍ୟ ଆକାଶଛୁଆଁ ଭାବରେ ବୃଦ୍ଧିପାଇଚାଲିଛି।

କଂଗ୍ରେସ-ୟୁପିଏ ସରକାର ବିଜେପି-ମୋଦି ସରକାର ୫୨ ମାସରେ ପାର୍ଥକ୍ୟ

ମେ୧୬, ୨୦୧୪ ସେପ୍ଟେମ୍ବର ୬, ୨୦୧୮

ଅଶୋଧିତ ୧୦୭.୦୯ ଡଲାର ୭୩.୦୦ ଡଲାର ୩୪.୦୯ ଡଲାର ହ୍ରାସ

ପେଟ୍ରୋଲ ୭୧.୪୧ ଟଙ୍କା ୭୯.୫୧ ଟଙ୍କା ୮.୧ ପଇସା ବୃଦ୍ଧି

ଡିଜେଲ ୫୫.୪୯ ଟଙ୍କା ୭୧.୫୫ ଟଙ୍କା ୧୬.୬ ପଇସା ବୃଦ୍ଧି

ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସର ଫାଇଦା ଦେଶର ସାଧାରଣ ଲୋକଙ୍କୁ ଦେବା ପରିବର୍ତେ ବିଜେପି ସରକାର ପେଟ୍ରୋଲ, ଡିଜେଲ ଉପରେ ନାରକୀୟ ଭାବେ ମାତ୍ରାଧିକ ଟିକସ ଲଗାଇଛନ୍ତି। ୨୦୧୪ ମେ ମାସଠାରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭% ବୃଦ୍ଧି କରାଯାଇଛି। ୨୦୧୪ ମେ ମାସରେ ଏହା ଲିଟର ପିଛା ମାତ୍ର ୯ ଟଙ୍କା ୨ ପଇସା ଥିବାବେଳେ ଏବେ ଲିଟର ପିଛା ୧୯ ଟଙ୍କା ୪୮ ପଇସା ହୋଇଛି। ୨୦୧୪ ମେ ମାସଠାରୁ ଡ଼ିଜେଲ ଉପରେ ଉତ୍ପାଦନ ଶୁଳ୍କ ୪୪୩.୦୬% ବୃଦ୍ଧି କରାଯାଇଛି। ୨୦୧୪ ମେ ମାସରେ ଏହା ଲିଟର ପିଛା ମାତ୍ର ୩ ଟଙ୍କା ୪୬ ପଇସା ଥିବାବେଳେ ବର୍ତମାନ ଲିଟର ପିଛା ୧୫ ଟଙ୍କା ୩୩ ପଇସା ହୋଇଛି। ବିଜେପି କ୍ଷମତାକୁ ଆସିବା ପରଠାରୁ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ୧୨ଥର ବୃଦ୍ଧିକରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ସମସ୍ତ ଦେଶବାସୀଙ୍କର ପକେଟକୁ ଭାରାକ୍ରାନ୍ତ କରିଛି। ‘ଇନ୍ଧନ ଲୁଟ୍’ ପାଇଁ ଭାରତୀୟମାନେ ମୋଦି ସରକାରଙ୍କୁ ଭୁଲିପାରିବେ ନାହିଁ କିମ୍ବା କ୍ଷମା ଦେବେନାହିଁ। ତାହାସହିତ ଆଗାମୀ ନିର୍ବାଚନରେ ବିଜେପିକୁ ଉପଯୁକ୍ତ ଜବାବ ଦେବେ। ୨୦୧୪ ମେ ମାସରେ ଅଣ ସବ୍ସିଡି ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୧୪ ଟଙ୍କା ଥିବାବେଳେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ତାହା ୭୫୪ ଟଙ୍କାକୁ ବୃଦ୍ଧିପାଇଛି। ମୋଦି ସରକାରଙ୍କର ୫୨ ମାସ ମଧ୍ୟରେ ସିଲିଣ୍ଡର ପିଛା ୩୪୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ସବ୍ସିଡିଯୁକ୍ତ ସିଲିଣ୍ଡର ପିଛା ମୂଲ୍ୟ ୪୧୨ ଟଙ୍କାରୁ ୪୯୬ ଟଙ୍କାକୁ ବୃଦ୍ଧିଘଟିଛି। ଏଥବରେ ୫୨ ମାସ ମଧ୍ୟରେ ମୋଦି ସରକାର ୮୪ ଟଙ୍କା ବୃଦ୍ଧି ଘଟାଇଛନ୍ତି।

କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ସଭାପତି ଶ୍ରୀ ରାହୁଳ ଗାନ୍ଧୀ ବହୁବାର ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ଏହାଦ୍ୱାରା ଆପେଆପେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ପ୍ରାୟ ୧୦ରୁ ୧୫ ଟଙ୍କା ହ୍ରାସପାଇବ। କିନ୍ତୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ଉପରେ ଟିକସ ଲଦିଦେଇ ନିଜେ ସେଥିରେୁ ମୁନାଫା କମାଇବା। ନିକଟରେ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲିଙ୍କୁ ପଚରାଯିବାରୁ ସେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଉପରୁ ମୂଲ୍ୟ ହ୍ରାସ କରିବାକୁ ସିଧାସଳଖ ମନା କରିଦେଲେ। ଏହାର ଅର୍ଥ ହେଉଛି ପେଟ୍ରୋଲିୟମ ସାମଗ୍ରୀ ଉପରେ ଟିକସ ହ୍ରାସ କରିବାକୁ କେନ୍ଦ୍ରର ବିଜେପି ସରକାର କିଛି କରିବେନି। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଏକ ତଥ୍ୟର ଉତରରେ ଜଣାଯାଇଛି ଯେ ମୋଦି ସରକାର ୧୫ଟି ବିଦେଶୀ ରାଷ୍ଟ୍ରକୁ ପେଟ୍ରୋଲ ଲିଟର ପିଛା ମାତ୍ର ୩୪ ଟଙ୍କାରେ ଏବଂ ୨୯ଟି ରାଷ୍ଟ୍ରକୁ ଡିଜେଲ ଲିଟର ପିଛା ମାତ୍ର ୩୭ ଟଙ୍କାରେ ବିକ୍ରି କରୁଛନ୍ତି। ଏହି ରାଷ୍ଟ୍ରଗୁଡିକ ମଧ୍ୟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଆମେରିକା, ମାଲୟେସିଆ ଏବଂ ଇସ୍ରାଏଲ ରହିଛି। ମୋଦି ସରକାର ଏହିଭଳି ଭାବରେ ଦେଶବାସୀଙ୍କୁ ପ୍ରତାରିତ କରିବା ସହିତ ସେମାନଙ୍କ ପଛରୁ ଛୁରୀକାଘାତ କରିଛନ୍ତି। ଦେଶରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇବା ସହିତ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ଭଳି ହୋଇଛି।

ମୋଦିଙ୍କ ତେଲ ଟିକସ ଶୋଷଣ ମିଶନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କର ଭାଗିଦାରୀ ମଧ୍ୟ କିଛି କମ୍ ନୁହେଁ। ଉପର ଦେଖାଣିଆ ବିଜେଡି ପ୍ରତିବାଦର କୁମ୍ଭୀର କାନ୍ଦଣା କାନ୍ଦୁଛି। ସେପଟେ ପେଟ୍ରୋଲ ଓ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍ ଏବଂ ସେଲ୍ଟ୍ୟାକ୍ସ ଆଦାୟ କରି ଚାଲିଛନ୍ତି। ୨୦୧୪ ରେ ରାଜ୍ୟ ଟିକସ ବାବଦରେ ପେଟ୍ରୋଲ ଓ ଡିଜେଲରୁ ଓଡିଶା ସରକାର ୨୮୬୫ କୋଟି ଟଙ୍କା ଆଦାୟ କରିଥିବା ବେଳେ ୨୦୧୮ ରେ ଏହା ୬୯୦୦ କୋଟିରେ ପହଂଚିଛି। ଏଥିରୁ ସ୍ପଷ୍ଟ ନବୀନ ସରକାର ମଧ୍ୟ ଓଡିଶାବାସୀଙ୍କୁ ଲୁଟିବାରେ ମୋଦିଙ୍କ ଠାରୁ ପଛରେ ନାହାନ୍ତି। କଂଗ୍ରେସର ଦାବି ନବୀନ ବାବୁ ରାଜ୍ୟ ଟିକସରୁ ରିହାତି ଦିଅନ୍ତୁ। ଯଦି ବାସ୍ତବରେ ନବୀନ ବାବୁ ତୈଳ ଦର ବୃଦ୍ଧିକୁ ବିରୋଧ କରୁଥାନ୍ତି ତାହେଲେ ୧୦ ତାରିଖ ଦିନ କଂଗ୍ରେସ ଯେଉଁ ବନ୍ଦ ଡାକରା ଦେଇଛି, ସେଦିନ ବିଧାନସଭା ଅଧିବେସନକୁ ସକାଳ ୧୦.୩୦ ରୁ ଦିନ ୩ଟା ପର୍ଯ୍ୟନ୍ତ ବର୍ଜନ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି।

ସାମଗ୍ରୀ କଂଗ୍ରେସ-ୟୁପିଏ ବିଜେପି-ମୋଦି

ପେଟ୍ରୋଲ ୭୦ ଟଙ୍କା ୮୦ ଟଙ୍କା

ଡିଜେଲ ୫୫ ଟଙ୍କା ୭୦ ଟଙ୍କା

ଏଲପିଜି ୪୦୦ ଟଙ୍କା ୭୫୪ ଟଙ୍କା

ଦୁଗ୍ଧ ୪୦ ଟଙ୍କା ୫୨ ଟଙ୍କା

ଡାଲି ୭୦ ଟଙ୍କା ୧୭୦ ଟଙ୍କା

ଟ୍ରେନ ଭଡା କିଲୋମିଟର ୬ ଟଙ୍କା କିଲୋମିଟର ୯ ଟଙ୍କାରୁ ଅଧ୍ଚଳ ପ୍ଲାଟଫର୍ମ ଟିକେଟ ୩ ଟଙ୍କା ୨୦ ଟଙ୍କା ଦେଶରେ୨୦୧୭ ଜୁଲାଇରେ କଂଗ୍ରେସ ଦଳ ଦାବି କରିଥିଲା ଯେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରାଯାଉ। ଏହାଦ୍ୱାରା ପେଟ୍ରୋଲ/ଡିଜେଲ ମୂଲ୍ୟ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ ପାଇବ ବୋଲି କୁହାଯାଇଥିଲା। କିନ୍ତୁ ବିଜେପି ଏବଂ ମୋଦି ସରକାର ଏହି ପ୍ରସଙ୍ଗ ଉପରେ ନିଜ ନିଷ୍ପତିରେ ଅଟଳ ରହିବାକୁ ସ୍ଥିରକଲେ। ଆମେ ସେହି ଦାବିକୁ ପୁନଶ୍ଚ ଦୋହରାଉଛୁ। ବିଜେପି ନିଜର ମିତ୍ରଦଳଗୁଡିକ ସହିତ ମିଶି ୨୧ଟି ରାଜ୍ୟରେ ଶାସନ କରୁଛି। ଆମେ ଦାବି କରୁଛୁ ଯେ ଇନ୍ଧନ ଉପରେ ଲାଗୁ କରାଯାଉଥିବା କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, ରାଜ୍ୟର ମୂଲ୍ୟଯୁକ୍ତ ଟିକସ ଏବଂ ଅନ୍ୟାନ୍ୟ ଟିକସ ହ୍ରାସ କରାଯାଉ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top