ଜିଲ୍ଲା ପରିକ୍ରମା

ଟଙ୍କା ଫେରିପାଇଲେ ଜମାକାରୀ ସ୍ପି୍ରଣ୍ଟ ଚିଟ୍ଫଣ୍ଡଙ୍କୁ ଘଣ୍ଟ ଘୋଡାଉଛି ପୁଲିସ୍

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟରେ ବିଭିନ୍ନ ଜିଲାରେ ଚିଟ୍ଫଣ୍ଡ ସଂସ୍ଥାଗୁଡିକରେ ନିଜର କଷ୍ଟାର୍ଜିତ ଅର୍ଥ ଜମା କରି ଠକାମିର ଶୀକାର ହୋଇଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ଜମା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଭଦ୍ରକରେ କିଛି ଜମାକାରୀ ସେମାନଙ୍କର ଟଙ୍କା ଫେରିପାଇଛନ୍ତି। ପ୍ରଥମ ଦଫାରେ ଜିଲରେ ୧୨୫ ଜଣ ଜମାକାରୀଙ୍କୁଚିହ୍ନଟ କରାଯାଇଥିବାବେଳେ ୧୦ ଲକ୍ଷ ଟଙ୍କା ଫେରାଇ ଦେବାକୁ ଯୋଜନା କରାଯାଇଛି। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୨୪ ଜଣ ଜମାକାରୀ ସେମାନଙ୍କର ଟଙ୍କା ଫେରି ପାଇଥିବା ଜଣାପଡିଛି। ମିଳିଥିବା ସୂତାରୁ ପ୍ରକାଶ ଯେ ଭଦ୍ରକ ତହସିଲରୁ ୧୮୮ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଧାମନଗର ତହସିଲର ୧୬୩ ଜଣ, ଚାନ୍ଦବାଲି ତହସିଲର ୫୦ ଜଣ, ବାସୁଦେବପୁରର ୪୦ ଜଣ, ତିହିଡିରେ ୩୯ ଜଣ, ଭଣ୍ଡାରିପୋଖରୀ ଓ ବନ୍ତ ତହସିଲରେ ୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଜମା ଅର୍ଥ ଫେରସ୍ତ ବେଳେ ଯେଉଁମାନେ ଆବେଦନ କରିଥିଲେ, ସେମାନେ ଉପଯୁକ୍ତ ପ୍ରମାଣପତ୍ର ଦେଇ ନପାରିବାରୁ ସେମାନଙ୍କ ମଧ୍ୟରୁ ଅନେକ ଜମାକାରୀ ଏଥିରୁ ବାଦ୍ ପଡିଛନ୍ତି। ଗୋଟିଏ ପଟରେ ଜମାକାରୀ ଭଦ୍ରକରେ ଟଙ୍କା ଫେରି ପାଇବାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅନ୍ୟପକ୍ଷରେ ଭଦ୍ରକ ପୁଲିସ୍ ସ୍ପି୍ରଣ୍ଟ ଚିଟ୍ଫଣ୍ଡ ସଂସ୍ଥାର ମାଲିକଙ୍କୁ ଗିରଫ ନକରି ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି। ସ୍ପି୍ରଣ୍ଟର ଜମାକାରୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଯେଉଁଠି ପୁଲିସ୍ ରକ୍ଷକ ହୋଇ ଭକ୍ଷକ ହେବ, ସେଠାରେ ଜମାକାରୀ ଟଙ୍କା ଫେରି ପାଇବେ କେମିତି? ସ୍ପି୍ରଣ୍ଟ ସଂସ୍ଥା ପ୍ରତି ଭଦ୍ରକ ପୁଲିସ୍ର ଏତେ ଦୁର୍ବଳତା କାହିଁକି ବୋଲି ଜମାକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ହାତ ପାହାନ୍ତାରେ ସ୍ପି୍ରଣ୍ଟର ମାଲିକ ଓ ଏହାର କର୍ମଚାରୀ ରହିଥବବାବେଳେ ପୁଲିସ୍ ସେମାନଙ୍କ ଛାଇକୁ ବି ଛୁଇଁ ନପାରିବା ଘଟଣାକୁ ନେଇ ଭଦ୍ରକ ପୁଲିସ୍ର ସ୍ୱଚ୍ଛତା ପ୍ରତି ପ୍ରଶ୍ନ ଉଠିଛି। ତେଣୁ ଜମାକାରୀ ଟଙ୍କା ଫେରି ପାଇବାକୁ ହେଲେ ରାଜ୍ୟ ସରକାର ସ୍ପି୍ରଣ୍ଟ ସଂସ୍ଥାର ମାଲିକ ଓ ଏହାର ଅନ୍ୟ ୩ ନିର୍ଦ୍ଦେଶକଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେବାକୁ ଭଦ୍ରକର ବହୁ ଜମାକାରୀ ଦାବି କରିଛନ୍ତି। ସ୍ପି୍ରଣ୍ଟ ମାଲିକ ଗିରଫ ନହେଲେ ଆଗାମୀ ଦିନରେ ଭଦ୍ରକ ଏସ୍ପି ଓ ଜିଲାପାଳଙ୍କ ଅଫିସ୍ ଘେରାଉ କରାଯିବ ବୋଲି ଜମାକାରୀମାନେ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top