ଓଡ଼ିଶା

ଟଙ୍କା ଫେରସ୍ତ ମାଗିବାରୁ ଯୁବତୀକୁ ହତ୍ୟା ଧମକ ଅଭିଯୋଗରେ ଯୁବକ ଗିରଫ

ହାଟଡ଼ିହି, ୧୦। ୯ (ଓଡ଼ିଆ ପୁଅ) : ଜଣେ ଯୁବତୀ ସହିତ ସମ୍ପର୍କ ଯୋଡି ତାଙ୍କ ଠାରୁ ଟଙ୍କା ଧାର ଆଣି ନଫେରାଇବା ଓ ମାଗିବରରୁ ଧମକ ଚମକ ଦେବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ସଞ୍ଜିବ ଜେନା ନାମକ ଜଣେ ଯୁବକକୁ ବନ୍ତ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି।

ଖବରରୁ ଜଣାଯାଇଛି ଯେ କଣିଆରୀ ଗ୍ରାମର ମହେଶ୍ୱର ଜେନାଙ୍କ ପୁଅ ସଞ୍ଜିବ ଜେନା ଭଦ୍ରକ ଜିଲ୍ଲା ବନ୍ତ ଥାନା ଟିକିତିରା ଗ୍ରାମର ଜଣେ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କଠାରୁ ବିଭିନ୍ନ ସମୟରେ ୨୬ହଜାର ୫୦୦ଟଙ୍କା ଧାର ସୁତ୍ରରେ ଆଣିଥିଲା। ପରେ ଯୁବତୀ ଓ ତାଙ୍କ ପରିବାର ଲୋକେ ଧାରଟଙ୍କା ଫେରସ୍ତ ମାଗିବାରୁ ସଞ୍ଜିବ ସେମାନଙ୍କୁ ଗାଳି ଗୁଲଜ କରିବାସହ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲା। ଏନେଇ ଯୁବତୀର ବାପା ଗତ ୨୮/୮/୨୦୧୮ରେ ବନ୍ତ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଗତକାଲି ରାତିରେ ସୋସୋ ପୁଲିସ ସହଯୋଗରେ ସଞ୍ଜିବକୁ ତାଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଥିଲା। ଆଜି ସଞ୍ଜିବକୁ କୋର୍ଟ ଚାଲାଣ କରାଯାଇଥବବା ବନ୍ତ ଥାନା ପୁଲିସ ସୂଚନା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top