ଓଡ଼ିଶା

ଝୋଟ ବ୍ୟାଗ ପ୍ୟାକିଙ୍ଗ କ୍ୟାବିନେଟରେ ଅନୁମୋଦନ ପ୍ରସଙ୍ଗ: ଝୋଟ ଶିଳ୍ପର ଉନ୍ନତି ପାଇଁ କେନ୍ଦ୍ର ସରକାର ବଦ୍ଧ ପରିକର : ବିଜେପି

– କେନ୍ଦ୍ର ସରକାରଙ୍କ ଝୋଟବ୍ୟାଗ ପ୍ୟାକିଙ୍ଗ କ୍ୟାବିନେଟରେ ଅନୁମୋଦନ ପ୍ରସ୍ତାବକୁ ରାଜ୍ୟ ବିଜେପିର ସ୍ୱାଗତ
– ଝୋଟକଳଗୁଡିକ ଯଦି ଯଥେଷ୍ଟ ପରିମାଣରେ ବ୍ୟାଗ ଯୋଗାଇବେ ତେବେ ଖାଦ୍ୟଶସ୍ୟର ୧୦୦ ପ୍ରତିଶତ ବ୍ୟାଗରେ ପ୍ୟାକିଙ୍ଗ ହେବ
– ଦେଶର ପୂର୍ବ ଏବଂ ଉତର-ପୂର୍ବ ଅଂଚଳର ଝୋଟଚାଷୀ ଏବଂ ଶ୍ରମିକମାନେ ଲାଭବାନ ହେବେ

ଭୁବନେଶ୍ୱର, ତା୦୩/୦୩ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଖାଦ୍ୟଶସ୍ୟ ଓ ଚିନି ଝୋଟ ୨୦୧୭-୧୮ରେ ଝୋଟ ବ୍ୟାଗରେ ପ୍ୟାକିଙ୍ଗ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ଏହା ଦ୍ୱାରା ଝୋଟ କ୍ଷେତ୍ରରେ ମୁଖ୍ୟ ଦାବିକୁ ସହାୟତା କରିବା ସହିତ ଏ କ୍ଷେତ୍ରରେ ନିର୍ଭର କରୁଥିବା ଶ୍ରମିକ ଏବଂ ଚାଷୀମାନଙ୍କର ଭରଣପୋଷଣ ରେ ସାହାଯ୍ୟ କରିବ। କେନ୍ଦ୍ର ସରକାରଙ୍କ ଏଭଳି ପସ୍ତାବକୁୁ ରାଜ୍ୟ ବିଜେପି ସ୍ୱାଗତ କରିଛି।

ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ପ୍ୟାକିଙ୍ଗରେ ସମୟସୀମା ବୃଦ୍ଧି ଝୋଟବ୍ୟାଗର ପ୍ୟାକିଙ୍ଗ ଆକ୍ଟ ୧୯୮୭ ଅନୁଯାୟୀ କରାଯାଇଛି। ପ୍ରାଥମିକ ସ୍ତରରେ ଖାଦ୍ୟ ଶସ୍ୟର ୯୦ ପ୍ରତିଶତ ଏବଂ ଚିନିର ୨୦ ପ୍ରତିଶତ ଦ୍ରବ୍ୟ ଝୋଟବ୍ୟାଗରେ ପ୍ୟାକିଙ୍ଗ କରାଯିବ। ଝୋଟକଳଗୁଡିକ ଯଦି ଯଥେଷ୍ଟ ପରିମାଣରେ ବ୍ୟାଗ ଯୋଗାଇ ଦିଅନ୍ତି ତେବେ ଖାଦ୍ୟଶସ୍ୟର ୧୦୦ ପ୍ରତିଶତ ଏହି ବ୍ୟାଗରେ ପ୍ୟାକିଙ୍ଗ ହେବ। ଏହାଦ୍ୱାରା ଝୋଟ ଉପରେ ନିର୍ଭର କରୁଥିବା ଶ୍ରମିକ ଓ ଚାଷୀ ଲାଭବାନ ହୋଇପାରିବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି।

ଝୋଟ ଜାତ ଦ୍ରବ୍ୟର ଉତ୍ପାଦନ କ୍ଷେତ୍ର ସଂପୂର୍ଣ୍ଣ ସରକାରଙ୍କ ଉପରେ ନିର୍ଭର କରେ ଯାହା ଫଳରେ ପ୍ରତିବର୍ଷ ସରକାର ୫୫୦୦ କୋଟି ଟଙ୍କାର ଝୋଟ କ୍ରୟ କରିଥାନ୍ତି। ୩ ଲକ୍ଷ ୭୦ ହଜାର ଶ୍ରମିକ ଏବଂ ୪୦ ଲକ୍ଷ ଚାଷୀଙ୍କର ସ୍ୱାର୍ଥକୁ ରକ୍ଷା କରି ସରକାର ଝୋଟଶିଳ୍ପର ଉନ୍ନତି ପାଇଁ ବଦ୍ଧ ପରିକର ବୋଲି ଶ୍ରୀ ଶର୍ମା କହିଛନ୍ତି।

ଏଭଳି ସିଦ୍ଧାନ୍ତ ଦେଶର ପୂର୍ବ ଏବଂ ଉତର-ପୂର୍ବ ଅଂଚଳର ଝୋଟଚାଷୀ ଏବଂ ଶ୍ରମିକମାନଙ୍କର ଉପକାର କରିବ। ବିଶେଷକରି ଓଡିଶା, ପଶ୍ଚିମବଙ୍ଗ, ବିହାର,  ତ୍ରିପୁରା, ଆସାମ, ଅନ୍ଧ୍ରପ୍ରଦେଶ ଏବଂ ମେଘାଳୟର ଚାଷୀମାନେ ଉପକୃତ ହେବେ ବୋଲି ଶ୍ରୀ ଶର୍ମା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top