ଝୁଲନ୍ତା ଶବ ଉଦ୍ଧାର

ପୁରୀ:୨୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମୁକୁନ୍ଦନଗର ସମ୍ମୁଖ ଇଲେକ୍ଟ୍ରି ଅଫିସ ପଛପଟ ଏକ ଗଛରୁ ଜୈନିକ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖଗେଶ୍ୱର ପୃଷ୍ଟି ନାମକ ଏହି ୩୦ବର୍ଷୀୟ ଯୁବକଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ଭୁବନ ଗ୍ରାମ ବୋଲି ଜଣାପଡିଛି। ରବିବାର ସକାଳେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ସଦରଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ବ୍ୟବଚ୍ଛେଇଦ ପାଇଁ ପଠାଇଥିଲେ। ଏହି ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *