ad
ଜିଲ୍ଲା ପରିକ୍ରମା

ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର

ଯାଜପୁର, ୧୫/୫(ଓଡିଆ ପୁଅ/ମାନସ ରାଉତ) ବଡଚଣା ଥାନା ଅନ୍ତର୍ଗତ ବନ୍ଦାଳ ପଞ୍ଚାୟତ ସାତଲୁଣ୍ଡା ଗ୍ରାମର ମହେନ୍ଦ୍ର ସାହୁଙ୍କ ସାନ ପୁଅ ବିଶ୍ୱଜିତ ସାହୁ(୨୨)ଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମଙ୍ଗଳବାର ସକାଳେ ବିଶ୍ୱଜିତ ଘରେ ଖାଇବା ପରେ ଗାଁକୁ ଯାଉଥିବା କହି ଆସିଥିଲେ, ମାତ୍ର ଦୀର୍ଘ ସମୟପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅକୁ ପାଇନଥିଲେ। ପରେ ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଜୋର ନିକଟରେ ଏକ ଗଛରେ ବିଶ୍ୱଜିତର ମୃତଦେହ ଝୁଲୁଥିବା ଲୋକେ ଦେଖି ତାର ପରିବାରକୁ ଖବର ଦେଇଥିଲେ। ପରେ ପରିବାର ଲୋକେ ସେଠାକୁ ଯାଇ ବିଶ୍ୱଜିତକୁ ଚିହ୍ନଟ କରିବା ପରେ ପୁଲିସକୁ ଖବର ଦେଇଥିଲେ। ବଡଚଣା ଥାନା ଏସଆଇ ସେକ ଖାନ ଖଟଣାସ୍ଥଳରେ ପହଞ୍ଚି ଏକ ଗଛରେ ଗାମୁଛା ବେକରେ ବନ୍ଧା ହୋଇ ଝୁଲୁଥିବା ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ତେବେ ଯୁବକ ଆତ୍ମ ହତ୍ୟା କରିଥିବା କୁହାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top