ଝୀଅପିଲା ମାନଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ।

କଳାହାଣ୍ଡି (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମ ଠାରେ ପୁରୁଷ ପିଲାଙ୍କ ଠାରୁ ଝୀଅପିଲା ମାନେ ଆଗେଇ ଆସୁଥିବା ଜଣାପଡିଛି । ପୁରୁଷ ପିଲାମାନେ ନୀରବି ଯାଉଥିବା ବେଳେ ଝୀଅପିଲାମାନେ ଆଗେଇ ଆସି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ପୁରାତନ ସଂସ୍କୃତର ପୁନରୁତଥାନ ଦିଗରେ ମଧ୍ୟ ଆଉ ଏକ ପାଦ ଆଗେଇଥିବା ଜଣାପଡିଛି । ସେହି ଉଦ୍ୟୋକ୍ତା ଝୀଅପିଲାମାନଙ୍କୁ ଉତ୍ସାହ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ କରିବା ପାଇଁ ଉତ୍ସାହୀ ଯୁବକ ମାନଙ୍କୁ ନେଇ ଲଙ୍କେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ଗଠନ କରାଯାଇ ସେମାନଙ୍କୁ ସହେଯାଗ କରାଯାଉଛି । ଯୁବ ସ୍ୱେଚ୍ଛାସେବୀ ଦେବଦତ ପଣ୍ଡାଙ୍କ ସଭାପତିତ୍ୱରେ ଗଠିତ ଏହି ଅନୁଷ୍ଠାନ ବିଗତ ତିନି ବର୍ଷ ହେବ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନ ହାତକୁ ନେଇ ଝୀଅପିଲାମାନଙ୍କ ଉଦ୍ୟମରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ସହିତ ଭାଇଚାରା ଏବଂ ସମଭାତୃବାବ ଜାଗ୍ରତ କରି ପରସ୍ପର ସହେଯାଗ ମନୋବୃତି ନେଇ ବିଭିନ୍ନ ସାମୁହିକ ଉନ୍ନତି ମୂଲକ କାର୍ଯ୍ୟ କରିବା ପାଇଁ ଆଗଭର ହୋଇ ପଡୁଥିବା ଜଣାପଡିଛି ।
ଏହି ଅନ୍ତର୍ଲା ଗ୍ରାମଟି ଏକଦା ଦାଶକାଠିଆ,ପାଳା,କୀର୍ତନ,ରାହାସ,ଘୁମୁରା,ଗୀତିନାଟ୍ୟ,ଦଣ୍ଡନାଚ ଆଦି ଅନେକ ପାରମ୍ପରିକ କଳାରେ ଭରପୁର ଥିଲା,ଏପରିକି ଅନ୍ତର୍ଲା ଏବଂ ସଂଲଗ୍ନ ଅମ୍ବାଦୁଲା ଗ୍ରାମର କଳାକାର ମାନଙ୍କ ଦ୍ୱାରା ୫ଟି ଘୂମୁରା ଦଳ ସମଗ୍ର କଳାହାଣ୍ଡି ଜିଲ୍ଲା ସମେତ ପାଖ ପଡୋଶୀ ଜିଲ୍ଲା ଓ ଛତିଶଗଡ ଦେଭୋଗ ଅଂଚଳରେ ସୁନାମ ଅର୍ଜନ କରିପାରିଥିଲା । କାଳ କ୍ରମେ ସେସବୁ ଲୋପ ପାଇବାକୁ ବସିଥିବା ବେଳେ ଏହି ଝୀଅପିଲାମାନଙ୍କ ଉଦ୍ୟମରେ ସେସବୁ ର ପୁନରୁଦ୍ଧାର କରାଯାଉଥିବା ବିଷୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ଏଠାକାର ଯୁବକ ମାନଙ୍କ ଉଦ୍ୟମରେ ଅତୀତରେ ଅନେକ ପ୍ରକାର ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ବେଳେ ବ୍ରିଟିଶ ଶାସନ କାଳରେ ଲୋକଙ୍କୁ ଭାଗ ଭାଗ କରି ନିଜ ଶାସନ ଚଳାଇଥିବା ଭଲି କିଛି ଅସାଧୂ ବ୍ୟବସାୟୀ ନିଜର ବ୍ୟକ୍ତିଗତ ଫାଇଦା ହାସଲ କରିବା ଉଦେ୍ଦଶ୍ୟରେ ମଦମାଂସର ସୁଅ ଛୁଟାଇ କିଛି ଅସାଧୁ ଲୋକଙ୍କୁ ହାତକରି ପରିବେଶ ଖରାପ କରୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିଥିଲା । ଯେକୌଣସି ସାମୁହିକ କାର୍ଯ୍ୟକ୍ରମକୁ ବିଭିନ୍ନ ପ୍ରକାର ସମାଲୋଚନା କରିବା ସହ ଅନ୍ୟକୁ ତୁଚ୍ଛ ମନେକରି ନିଜ ଫାଇଦା ପାଇଁ ସର୍ବଦା ଚେଷ୍ଟିତ ଥିଲେ । ଏପରିକି ପଇସା ଫିଙ୍ଗି କୁକୁର ଭଲି ଡାକି କାମ କରାଇବା କଥା ବୋଲି ମଧ୍ୟ ଖୋଲା ଖୌଲି କହୁଥିବା ପ୍ରକାଶ । ଫଳତଃ ସାମୁହିକ କାର୍ଯ୍ୟକ୍ରମ ହେବାରେ ବାଧା ସୃଷ୍ଟି ହେଉଥିଲା ।
ବିଗତ ତିନି ବର୍ଷ ହେବ ଝୀଅପିଲାମାନେ ସମସ୍ତଙ୍କୁ ଏକଯୁଟ କରି ସମଭାତୃଭାବ ଜାଗ୍ରତ କରି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରିଆସୁଛନ୍ତି । ଚଳିତ ବର୍ଷମ ମଧ୍ୟ ଏକ ଜିଲ୍ଲାସ୍ତରୀୟ ରେକର୍ଡ ଡାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା । ଜହ୍ନିଓଷାରୁ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ସୂତ୍ରପାତ ହୋଇ ଝୀଅପିଲାମାନଙ୍କ ଉଦ୍ୟମରେ ଏଭଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମଗ୍ରଜିଲ୍ଲା ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ୪୪ଟି କଳାକାର ଦଳ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ରଂଗାଂରଂଗ ମଂଚରେ କଳାକାର ମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିବା ବେଳେ ଗ୍ରାମର ତଥା ଆଖପାଖ ଅଂଚଳର ପ୍ରାୟ ପାଂଚ ହଜାର ଦର୍ଶକ ଏଥିରେ ମନୋରଂଜନ କରିଥିଲେ । ପ୍ରାରମ୍ଭରେ ପ୍ରାର୍ଥନା ଚେନାଲ ରେ ସୁନାମ ଅର୍ଜନ କରିଥିବା ମିସ ଶୀବାନୀ ପଟ୍ଟନାୟକ ଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ହାବସପୁର ସରପଂଚ ମୋହନ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ ହରିଶଙ୍କର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଲବ ମାହାର ଓ ହେମନ୍ତ ପାଢୀ ମଂଚ ପରିଚାଲନା କରିଥିବା ବେଳେ ଦୁଷ୍ମନ୍ତ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଏହି ଅବସରରେ ଅତିଥିମାନେ ଝୀଅପିଲା ମାନଙ୍କ ଏତାଦୃଶ ଐକ୍ୟବଦ୍ଧତା ଉପରେ କାର୍ଯ୍ୟ କରୁଥିବା ନେଇ ଭୃୟସି ପ୍ରଶଂସା କରିଥିଲେ । ପୁରୁଖା କଳାକାର ବସନ୍ତ ପାଢୀ,ଅର୍ଜୁନ ପାତ୍ର,ଶ୍ରୀକର କୁମ୍ଭାର ଓ ଅରୁଣ ପଣ୍ଡା ବିଚାରପତି ଭାବେ କଳାକାର ମାନଙ୍କ କଳାର ମୂଳ୍ୟାଙ୍କନ କରିଥିଲେ । କ୍ଷୀରାବ୍ଧୀ ଦାସ ଫଳାଫଳ ଲିପି ବଦ୍ଧ କରିଥିବା ବେଳେ ମଂଚରେ କୈଶପ ମାଝୀ ଓ ପାର୍ଥ ପାତ୍ର ସହଯୋଗ କରିଥିଲେ । କଳାର ବିକାଶ ଦିଗରେ କେହି ଅନ୍ତରାୟ ହୋଇପାରିବେ ନାହିଁ ବୋଲି ଦର୍ଶକ ମହଲରେ ମତ ପ୍ରକାଶ ପାଇଥିଲା । ଆଧୁନିକ ଓ ସମ୍ବଲପୁରୀ ଭାବେ ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ପ୍ରତିଯୋଗୀତା ହୋଇଥିବା ବେଳେ ଆଧୁନିକ ପର୍ଯ୍ୟାୟରେ ମିସ ରେଖା ଗୁମାବାହାଲ ପ୍ରଥମ ସ୍ଥାନ ଅଧିକାର କରି ଥିବା ବେଳେ ଉଦ୍ୟୋକ୍ତା ଝୀଅ ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସେହିପରି ବାବା କାଳେଶ୍ୱର ଗ୍ରୁପ କନ୍ଦାଖାଲ ଦ୍ୱୀତିୟ,ମିସ ପ୍ରିୟଙ୍କା ଅଁଳାଯୋର ତୃତୀୟ ଓ ବିଜୟ ଦୁର୍ଗା ବାବୁ କେନ୍ଦୁଗୁଡା ଚତୁର୍ଥ ପୁରସ୍କାର ପାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସମ୍ବଲପୁରୀ ପର୍ଯ୍ୟାୟରେ ମାଁ ମାଉଲି ଡେନ୍ସ ଗ୍ରୁପ ମହିପାଣି ପ୍ରଥମ ହୋଇ ଉଦ୍ୟୋକ୍ତା ଝୀଅ ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ସେହିପରି ଆଦର୍ଶ ଗ୍ରୁପ ଗିଡଶୁଲ,ଛତିଶଗଡ ଦ୍ୱୀତିୟ,କିରଣ ଓ ସାଥି ତୃତୀୟ,ମାଁ ଠାକୁରାଣୀ ଡେନ୍ସ ଗ୍ରୁପ କରଞ୍ଜିଗୁଡା ଚତୁର୍ଥ ସ୍ଥାନ ଅଧିକାର କରି ଅତିଥି ଓ କାର୍ଯକର୍ତା ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଶାନ୍ତି ଶୃଙ୍ଖଳାର ସହିତ ସାମୁହିକ ଭାବେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ଯୋଗୁଁ କାର୍ଯ୍ୟକ୍ରମର ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ସମସ୍ତ ଗ୍ରାମବାସୀ,ଦର୍ଶକ ତଥା ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏସବୁ କାର୍ଯକ୍ରମ ପାଇଁ ଲବ ମାହାର,ହେମନ୍ତ ପାଢୀ,ପ୍ରକାଶ ପାତ୍ର,ଅର୍ଜୂନ ପାର୍ତ୍ର୍କ ଉଦ୍ୟମ ପ୍ରସଂସନୀୟ ଏବଂ ଆଗାମୀ ଦିନରେ ସମଭାତୃଭାବ ଜାଗ୍ରତ କରି ଏଭଲି ସାମୁହିକ ଭାବେ କାର୍ଯ୍ୟକ୍ରମ ମାନ କରିବାକୁ ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *