ଝିଅ ବୋଝ ନୁହେଁ, ସମାଜ ପାଇଁ ସମ୍ପଦ

ପୁରୀ, ୧୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଲିଙ୍ଗଗତ ଭେଦଭାବ ଯୋଗୁଁ ମହିଳାଙ୍କୁ ଅଧିକାର ମିଳୁନାହିଁ। ଘରୋଇ ହିସାଂ ପାଇଁ ଅନେକାଂଶରେ ମହିଳା ହିଁ ଦାୟୀ।ନାରୀ ପ୍ରେରଣାର ଉତ୍ସ ବୋଲି ଆନ୍ତର୍ଜାତିକ ମହିଳା ଦିବଦସରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ମତବ୍ୟକ୍ତ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ଗୃହରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ରେ କହିଲେ ନାରୀ ସ୍ୱାଧିନତା ନାମରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ କେହି ଭୁଲିଯିବା ଉଚିତ ନୁହେଁ। କନ୍ୟ ଭ୍ରୁଣ ହତ୍ୟା ରୋକିବାକୁ ସମସ୍ତଙ୍କର ମାନସିକତାରେ ପରିବର୍ତ୍ତନର ଆବଶ୍ୟକ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକା ସୈାନ୍ଦର୍ଯ୍ୟ ମଂଜରୀ ଦାସ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ, ମନୋଜ କୁମାର ତ୍ରୀପାଠୀ, ଗଙ୍ଗାଧର ମହାପାତ୍ର, ଲୋକନାଥ ମହାପାତ୍ର, ବଦ୍ରି ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୋଲାପ ମଂଜରୀ ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ୧୧ ଟି ବ୍ଲକର ଶ୍ରେଷ୍ଠ ଅଙ୍ଗନବାଡୀ କର୍ମୀ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *