ଝିଅ ଦେଖିବାର ସ୍ୱପ୍ନ ଅଧୁରା ରହିଲା: ଝିଅକୁ ଦେଖିବାପାଇଁ ଆସୁଥିଲେ ଗାଁକୁ: ଖସିପଡିଥିଲେ ଟ୍ରେନ୍ ତଳକୁ

ଖଇରା/ବାଲେଶ୍ୱର, ୧୦/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ପରିବାର ମଧ୍ୟରେ ଝିଅଟିଏ ହେଲେ ଅଧିକାଂଶ ପିତାମାତା ମନଦୁଃଖ ଓ ଅସନ୍ତୋଷ ପ୍ରକାଶ କରୁଥିଲାବେଳେ ଏଥିରେ ବ୍ୟତିକ୍ରମ ଘଟିଥିଲା ପ୍ରଫୁଲ୍ଲ ମହାପାତ୍ର(ରାଜୁ)ଙ୍କ କ୍ଷେତ୍ରରେ। ଝିଅହେବାର ଖବର ଶୁଣି ସୁଦୁର ମୁମ୍ବାଇରେ କାର୍ଯ୍ୟ କରୁଥିବା ଶ୍ରୀ ମହାପାତ୍ର ଝିଅକୁ ଦେଖିବାପାଇଁ ଆସୁଥିଲେ ଗାଁକୁ। ଟ୍ରେନରେ ଓଡିଶା ପ୍ରବେଶ କରିବା ମାତ୍ରେ ତାଙ୍କ ମନ ଆହୁରି ବ୍ୟତିବ୍ୟସ୍ତ ହୋଇପଡିଥିଲା। ଟ୍ରେନର କବାଟଖୋଲି ଦେଖୁଥିଲା କେବେଆସିବ ଉହ୍ଲାଇବା ପ୍ଲାଟଫର୍ମ। ହେଲେ ବିଧିର ବିଧାନ ପ୍ରଫୁଲ୍ଲ ମହାପାତ୍ରଙ୍କ ପାଇଁ ସାଜିଲା ବଇରୀ। ଢେଙ୍କାନାଳ -ତାଳଚେର ମଝିରେ ହଠାତ୍ ଖସିପଡିଥିଲେ ଟ୍ରେନ୍ ତଳକୁ। ଆଉ ବଞ୍ଚି ନ ଥିଲେ ଚାଲିଯାଇଥିଲେ ଆରପୁରକୁ। ପ୍ରଫୁଲ୍ଲର ଏପରି ମୃତ୍ୟୁ ଖବରପାଇ ପରିବାର ସହିତ ସମସ୍ତଙ୍କର ମନ ଦୁଃଖରେ ଭାଙ୍ଗିପଡିଥିଲା। ଖଣ୍ଡିଖଣ୍ଡି ଭାଷାରେ ବାପା ସହିତ କଥା ହେଉଥିବା ୬ ମାସର ଝିଅ ମନେମନେ ଖୋଜୁଥିଲା ବାପାଙ୍କୁ। ସ୍ତ୍ରୀ ସମେତ ପରିବାରଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି। ଏ ପରିଏକ ଘଟଣା ଘଟିଛି ମୁମ୍ବାଇରୁ ଆସୁଥିବା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତର କେନ୍ଦୁଭଦଳି ଗ୍ରାମର ସୁଦାମ ମହାପାତ୍ରଙ୍କ ପୁଅ ପ୍ରଫୁଲ୍ଲ ମହାପାତ୍ରଙ୍କଠାରେ। ସେ କୁର୍ଲ୍ଲା -କଟକ ଏକ୍ସପ୍ରେସରେ ଘରକୁ ଫେରୁଥିଲାବେଳେ ଏପରି ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *