ଓଡ଼ିଶା

ଝିଅର ବୟସକୁ ନେଇ ବିବାଦ ଅଧାରୁ ଅଟକିଲା ମନ୍ଦିରରେ ପ୍ରେମ ବିବାହ

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ଗ୍ରାମର ରାମ ମନ୍ଦିରରେ ଆୟୋଜିତ ଏକ ପ୍ରେମ ବିବାହକୁ ଅଧାରୁ ରୋକିଛି ପୁଲିସ। ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟରତ ସଂସ୍ଥା ‘ଚାଇଲ୍ଡ ଲାଇନ’ର ଅଭିଯୋଗ କ୍ରମେ ପୁଲିସ ମନ୍ଦରରେ ପହଞ୍ଚି ଏହି ପଦକ୍ଷେପ ନେଇଛି। ମିଳିଥିବା ସୂଚନାନୁଯାୟୀ; କନ୍ୟାର ବୟସକୁ ନେଇ ସୃଷ୍ଟ ବିବାଦରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। କନ୍ୟାକୁ ନାବାଳିକା ବୋଲି ଦର୍ଶାଇ ଚାଲିଲ୍ଡ ଲାଇନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ; ଆଗରପଡା ଥାନା ଅନ୍ତର୍ଗତ ଅଣିଜୋ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗ୍ରାମାଞ୍ଚଳ ଥାନା ନାଲଗରା ଗ୍ରାମର ଜଣେ ଯୁବକ ଜାନୁଆରୀ ୧୮ରେ ଅପହରଣ କରିନେଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଉଭୟ ପରିବାରର ସହମତିରେ କାଉପୁର ମନ୍ଦିରରେ ବିବାହର ଆୟୋଜନ ହୋଇଥିଲା। ରୀତିନୀତି ଅନୁଯାୟୀ ବରପକ୍ଷ ବରଯାତ୍ରୀ ଦଳ ସହ ମନ୍ଦିରରେ ପହଞ୍ଚିଥିଲେ। ବିବାହ ଲାଗି ବ୍ରାହ୍ମଣ, ବାରିକ ପହଞ୍ଚିଥିଲେ। କନ୍ୟାପକ୍ଷ ମଧ୍ୟ ଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହେବା ପରେ ଖବର ପାଇ ଚାଇଲ୍ଡ ଲାଇନର ନିର୍ଦେଶିକା ସୋଫିଆ ସେଖ ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସକୁ ଦେଖି ବାହାଘର ଭିଡ ଭାଙ୍ଗି ଯାଇଥିଲା। ପୁଲିସ ଘଟଣାସ୍ଥଳରୁ କନ୍ୟାକୁ ଉଦ୍ଧାର କରି ଚାଇଲ୍ଡ ଲାଇନରେ ଛାଡିଥିବା ବେଳେ ବରକୁ ତାଙ୍କ ଘରକୁ ପଠାଇ ଦିଆଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top