ଜିଲ୍ଲା ପରିକ୍ରମା

ଝିଅର ଟ୍ୟୁମର ଚିକିତ୍ସା ପାଇଁ ସହାୟତା ଲୋଡିଲେ ପରିବାରଲୋକେ

ଖଇରା, ୨୦/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ତୁଟ ଗ୍ରାମର ଖଟିଖିଆ ଦୀନମଜୁରୀଆ ବଳରାମ ଯେନାଙ୍କ ପରିବାର ଉପରେ ଦୁଃଖର ପାହାଡ ଅଜାଡି ପଡିଥିବାରୁ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଘଟଣାରୁ ଯାହା ଜଣାପଡିଛି ଶ୍ରୀ ଯେନା ଜଣେ ଜମିବାଡି ବିହୀନ ଖଟିଖିଆ ଦୀନମଜୁରୀଆ ସାଧାରଣ ବ୍ୟକ୍ତି। ପରଘରେ କାମକରି ନିଜର ପରିବାର ପ୍ରତି ପୋଷଣ କରୁଥିବାବେଳେ ଝିଅ ଚାନ୍ଦିନୀ ଯେନା(୫)ର ଚିକିତ୍ସାପାଇଁ ମୁଣ୍ଡରେ ହାତଦେଇ ବସିଛନ୍ତି। କିଛିଦିନ ଧରି ଅସୁସ୍ଥଥିବା ଝିଅକୁ ସ୍ଥାନିୟ ଡାକ୍ତରଙ୍କ ପାଖରେ ଚିକିତ୍ସା କରିବାପରେ ଚିକିତ୍ସାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଏଠାରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷାପରେ ଝିଅ ଚାନ୍ଦିନୀର ମୁଣ୍ଡରେ ଟ୍ୟୁମର ହୋଇଥିବାର ଜାଣିବାକୁ ପାଇଥିଲେ। ନିଜ ଅଂଚଳର ଡାକ୍ତରୀ ଚିକିତ୍ସାରେ ହାତଉଧାରି ବହୁ ଟଙ୍କା ଖର୍ଚ୍ଚ କରିବାପରେ ପୁଣି ଡାକ୍ତରଙ୍କଠାରୁ ଟ୍ୟୁମର କଥାଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାରଲୋକେ। ଟ୍ୟୁମର ଚିକିତ୍ସା ପାଇଁ ପ୍ରାୟ ୩ଲକ୍ଷ ଟଙ୍କାର ଆବଶ୍ୟକତା ଥିବାର ଡାକ୍ତରଙ୍କଠାରୁ ପ୍ରକାଶ। ଝିଅର ଚିକିତ୍ସା ପାଇଁ ସବୁଦିଗରୁ ନିରାଶ ହେବାପରେ ଗନମାଧ୍ୟମ ଜରିଆରେ ବିଭିନ୍ନ ସରକାର, ସ୍ୱେଚ୍ଛାସେବୀ ଓ ସହୃଦୟ ବ୍ୟକ୍ତି ମାନଙ୍କର ସହାୟତା ଲୋଡିଛନ୍ତି ପରିବାର ଲୋକେ। ଅଭାବି, ଗରିବ, ଖଟିଖିଆ ଓ ଦୀନମଜୁରୀଆ ବଳରାମ ଯେନାଙ୍କ ଝିଅ ପ୍ରତି ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top