କୋରାପୁଟ

ଝିଅର ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲ୍; ବାପାଠାରୁ ୭୦ ଲକ୍ଷ ଲୁଟ୍ ଅଭିଯୋଗ

କୋରାପୁଟ;ତା୧୪-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଝିଅ ସହ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଦେଖାଇ ପ୍ରେମିକାର ବାପା ଠାରୁ ଜଣେ ଯୁବକ ୭୦ଲକ୍ଷ ଟଙ୍କା ଲୁଟି ନେବା ଘଟଣା ସୁନାବେଡାରେ ଚର୍ଚାର ବିଷୟ ହୋଇଛି । ସୁନାବଡୋର ଜଗନ୍ନାଥ ପରିଡା ନାମକ ଜଣେ ଯୁବକ ହାଲ ସିକ୍ୟୁରିଟି ବିଭାଗର ଅଧିକାରୀ ଶରତ କୁମାର ମହାପାତ୍ରଙ୍କ ଝିଅକୁ ଭଲ ପାଉଥିଲେ । କ୍ରମେ ଉଭୟେ ବିବାହ କରିବାକୁ ନିଷ୍ପତି ନେଇ ବାହାରେ ବୁଲାବୁଲି କରିବା ସହ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ପ୍ରେମିକା ସହ କେତକେ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଜଗନ୍ନାଥ ପ୍ରେମିକାର ବାପା ଶରତ ମହାପାତ୍ରଙ୍କୁ ଦେଖାଇ ଟଙ୍କା ହଡପ କରିବା ଆରମ୍ଭ କରିଥିଲା । ୨୦୧୫ ମସିହାରୁ ଜଗନ୍ନାଥ ତାଙ୍କୁ ଧମକାଇ ପ୍ରାୟ ୭୦ଲକ୍ଷ ଟଙ୍କା ନେଇଥିବା ଶ୍ରୀ ମହାପାତ୍ର ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି । ତେବେ ସେ ମାନ ସମ୍ମାନକୁ ଜଗି ଆଜି ଯାଏ ଥାନାର ଦ୍ୱାରସ୍ତ ହୋଇନଥିଲେ ,କିନ୍ତୁ ଦିନକୁ ଦିନ ଅଭିଯୁକ୍ତର ଦାଉ ବଢି ଚାଲିବାରୁ ସେ ଥାନାରେ ଜଣାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି । ସୁନାବେଡା ପୋଲିସ ଏକ ମାମଲା (କେଶ ନଂ-୩୫/୨୦୧୮) ରୁଜୁ କରି ତଦନ୍ତ ଚଲାଇଥିବାବେଳେ ଅଭିଯୁକ୍ତ ପ୍ରେମିକ ଫେରାର ହୋଇ ଯାଇଥିବା ଥାନା ଅଧିକାରୀ ଯୋଗେଶ୍ୱରୀ ବେହେରା ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top