ଝାଡ଼ଖଣ୍ଡର ଦେଓଘରଠାରେ ନୂଆ ଏମ୍ସ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ ୧୬ ମଇ (ଓଡ଼ିଆ ପୁଅ) ଝାଡ଼ଖଣ୍ଡର ଦେଓଘରଠାରେ ଏକ ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ୧୧୦୩ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ବିବରଣୀ :

ଦେଓଘରର ଏମ୍ସଠାରେ ରହିବ :

ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଥିବା ୭୫୦ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା।

ଏମବିବିଏସ ପାଠ୍ୟକ୍ରମରେ ବାର୍ଷିକ ୧୦୦ ଛାତ୍ରଛାତ୍ରୀ ନାମ ଲେଖାଇବା ଭଳି ଏକ ମେଡ଼ିକାଲ କଲେଜ।

ବାର୍ଷିକ ୬୦ ଜଣ ବିଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ଏକ ନର୍ସିଂ କଲେଜ, ଆବାସିକ କୋଠା ଏବଂ ନୂଆଦିଲ୍ଲୀ ଏମ୍ସ ଢାଂଚାରେ ଆନୁସଙ୍ଗିକ ସୁବିଧା/ସେବା।

୧୫ଟି ଅପରେସନ ଥିଏଟର ସହିତ ୨୦ଟି ସ୍ପେଶାଲିଟି/ସୁପରସ୍ପେଶାଲିଟି ବିଭାଗ।

୩୦ ଶଯ୍ୟା ବିଶିଷ୍ଟ ଗୋଟିଏ ଆୟୁଷ ବିଭାଗ ଯେଉଁଠି ସମସ୍ତ ପାରମ୍ପରିକ ଚିକିତ୍ସା ପଦ୍ଧତିର ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ।

ପ୍ରଭାବ :

ଦେଓଘରଠାରେ ନୂଆ ଏମ୍ସ ପ୍ରତିଷ୍ଠା ଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧିତ ହୋଇପାରିବ। ପ୍ରଥମତଃ ସ୍ଥାନୀୟ ଅଂଚଳର ଲୋକମାନେ ଉନ୍ନତମାନର ଆଧୁନିକ ଚିକିତ୍ସା ସୁବିଧା ପାଇପାରିବେ। ଦ୍ୱିତୀୟତଃ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅନ୍ତର୍ଗତ ସ୍ଥାନୀୟ ଅଂଚଳରେ ଥିବା ପ୍ରାଥମିକ ଏବଂ ମାଧ୍ୟାମିକ ସ୍ତରର ସ୍ୱାସ୍ଥ୍ୟକେନ୍ଦ୍ର ଲାଗି ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ଉପଲବ୍ଧ ହୋଇପାରିବେ।

Leave a Reply

Your email address will not be published. Required fields are marked *