ଓଡ଼ିଶା

ଝାରସୁଗୁଡ଼ା ବିମାନବନ୍ଦରରୁ ପ୍ରଥମ ଫ୍ଲାଇଟ୍ ରେ ରାୟପୁର ଗଲେ ସେବାଶ୍ରମ ଛାତ୍ରଛାତ୍ରୀ

ଝାରସୁଗୁଡ଼ା, ୨୩ /୯(ଓଡ଼ିଆ ପୁଅ): ଶନିବାର ଝାରସୁଗୁଡ଼ା ବିମାନବନ୍ଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବା ପରେ ପ୍ରଥମ ଫ୍ଲାଇଟ୍ର ଶୁଭାରମ୍ଭ କରିଥିଲେ। ଏହି ଫ୍ଲାଇଟ୍ରେ ୯ଜଣ ଆର୍ଥôକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀ ଛତିଶଗଡ଼ର ରାୟପୁର ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୪ ଜଣ ଦିବ୍ୟାଙ୍ଗ ଥିଲେ। ଏହି ଛାତ୍ରଛାତ୍ରୀମାନେ ଝାରସୁଗୁଡ଼ା ସ୍ଥିତ ବେହେରାମାଲ ସେବାଶ୍ରମ ସ୍କୁଲର ଏବଂ ଏମାନେ ୨ ଦିନ ରାୟପୁରରେ ରହିବେ। ଏମାନଙ୍କ ମଧ୍ୟରେ ବୁରୋମାଲ ସ୍ୱତନ୍ତ୍ର ଦିବ୍ୟାଙ୍ଗ ସ୍କୁଲର ଜଣେ ଦୃଷ୍ଟିବାଧିତ ଛାତ୍ରୀ ରହିଛନ୍ତି। କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ବସରେ ଏମାନଙ୍କୁ ରାୟପୁର ସହରର ଦର୍ଶନୀୟ ସ୍ଥାନ ଭ୍ରମଣ କରାଇବେ। ତେବେ ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍ୱପ୍ନ ସାର୍ଥକ ହୋଇଛି ବୋଲି କହିଥିଲେ। ଏମାନଙ୍କ ସହିତ ୩ ଜଣ ଶିକ୍ଷକ ଜୟନ୍ତୀ ପୂଜାରୀ, ହେମନ୍ତ ଧୁରୁଆ, ନାମିତ ନାଥ ମଧ୍ୟ ରାୟପୁର ଯାତ୍ରା କରିଛନ୍ତି। ତେବେ ୨ ଦିନ ପରେ ସେଠାରୁ ଛାତ୍ରଛାତ୍ରୀମାନେ ଟ୍ରେନ୍ ଯୋଗେ ଝାରସୁଗୁଡ଼ା ଫେରିବେ। ଛାତ୍ରଛାତ୍ରୀମାନେ ହେଲେ ସତ୍ୟପ୍ରକାଶ ବାରିକ, ଜନ ନାୟକ, ଗୋପାଳ ବଗର୍ତି, କବିତା ଓରାମ, ଲିପ୍ସା ବାଗ, ବନିତା ହେମ୍ବ୍ରମ, ସ୍ୱପ୍ନା ରୋହିଦାସ, କଳ୍ପନା ଖଡ଼ିଆ। ସୂଚନାଯୋଗ୍ୟ ଯେ, ରାଜ୍ୟ ବିଧାନସଭାର ସଂକଳ୍ପ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ବିମାନବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top