ଓଡ଼ିଶା

ଝାରସୁଗୁଡ଼ା ବିମାନବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ବିଧାନସଭା ସଂକଳ୍ପ ପ୍ରସ୍ତାବକୁ ସ୍ବାଗତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) – ଝାରସୁଗୁଡ଼ା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡ଼ିଶା ବିଧାନସଭାର ସଂକଳ୍ପକୁ ଟିଟ କରି ସ୍ବାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଏହି ଟ୍ୱିଟରେ କହିଛନ୍ତି “ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ହେବାକୁ ଯାଉଥିବା ଝାରସୁଗୁଡ଼ା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଓଡିଶା ବିଧାନସଭାର ସଂକଳ୍ପକୁ ସ୍ଵାଗତ କରୁଛି।

ସେ ଆହୁରି କହିଛନ୍ତି “ବୀର ସୁରେନ୍ଦ୍ର ସାଏ ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ସଂଗ୍ରାମୀ ଓ ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶାର ଏହି ମହାନ୍ ଯୋଦ୍ଧାଙ୍କ ନାଁରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରିବା ପାଇଁ ପ୍ରୟାସ କରିବି।”

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top