ଝାଟିଆଳି ୧୭ତମ ଫୁଟବଲ୍ ଖେଳରେ ଜଳଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର

ହରିଚନ୍ଦନପୁର, ତା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଠାକୁରପଡା ଗ୍ରାମ ପଞ୍ଚାୟତର ଝାଟିଆଳି ଗ୍ରାମରେ ଚାଲିଥିବା ବାର୍ଷିକ ଫୁଟବଲ୍ ଖେଳରେ ମଙ୍ଗଳବାର ଦିନ ମୁଖ୍ୟ ଅତିଥି ଭାବେ ଜଳଚିତ୍ର ଜଗତର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଛନ୍ତି। ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସାଂସଦ ସକୁନ୍ତଳା ଲାଗୁରୀ, ତେଲକୋଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାଏକ, ହରିଚନ୍ଦନପୁର ୩୨ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଅମର କୁଅଁର ଯୋଗ ଦେଇଥିଲେ। ସୂଚନା ମୁତାବକ ଝାଟିଆଳି ଗ୍ରାମ ମହାବୀର ସ୍ପୋଟିଙ୍ଗ୍ କ୍ଲବ ତରଫରୁ ଏହି ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ଚିରଞ୍ଜିବ ମହାନ୍ତଙ୍କ ନେତୃତ୍ୱରେ ଦୂରଦୁରାନ୍ତରୁ ଆସିଥିବା ୬୪ଟି ଦଳଙ୍କ ମଧ୍ୟରେ ୧୭ତମ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ଅପରାହ୍ନ ସମୟରେ ଭଗାମୁଣ୍ଡା ଓ ବି ଲାଇନ୍ ମଠସାହି ଗୋଳାଗାଡିଆ ମଧ୍ୟରେ ଫାଇନାଲ ଖେଳ ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତରେ ହୋଇଥିଲା। ଏହି ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ତନ୍ମଧ୍ୟରୁ ବିଜୟଲାଭ କରିଥିବା ଦଳକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *