ଓଡ଼ିଶା

ଝରଣ ଆମ୍ବ ତୋଟାରେ ବେଆଇନ ବାଣ ତିଆରି ଆଡ୍ଡା ଠାବ: ୨ ଗିରଫ, ଲକ୍ଷାଧିକ ଟଙ୍କାର ବାଣ ସାମଗ୍ରୀ ଜବତ

ପୁରୁଷୋତ୍ତମପୁର ୭-୧୧ (ଓଡ଼ିଆ ପୁଅ/ସୁଦାମ ମହାରଣା)ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣ ନିକଟରେ ଚାଲିଥିବା ଅସ୍ଥାୟୀ ବେଆଇନ ବାଣ ତିଆରି ଆଡ୍ଡା ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଏକ ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିମାନେ ହେଲେ ନଳବଣ୍ଟା ଗ୍ରାମର ଅଶୋକ କୁମାର ଦାସ ଓ କାଳୁ ସେଠି। ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ବ୍ୟକ୍ତି ଅଶୋକ ଓ କାଳୁଙ୍କୁ ଡାକି ଝରଣ ନିକଟ ଆମ୍ବତୋଟାରେ ବାଣ ତିଆରି କରି ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଥିଲେ। ଖବର ପାଇ ପୁରୁଷୋତ୍ତମପୁର ପୁଲିସ ପହଞ୍ଚି ଅଶୋକ ଓ କାଳୁକୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବାଣ ସାମଗ୍ରୀ ଜବତ କରାଯାଇଛି। କେସ ନମ୍ବର ୨୫୫/୧୮ ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ମୁଖ୍ୟ ଆସାମୀକୁ ଧରିବା ପାଇଁ ତଦନ୍ତ ଚାଲିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top