ଝଞାବତୀ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

କୋରାପୁଟ ; ତା୨୬-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)ପାର୍ବତୀପୁରମ-ଲକ୍ଷ୍ମିପୁର ରାସ୍ତାର ଝଞାବତୀ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ତଦାରଖ କରିଥିବା ଜଣାପଡିଛି ।ସ୍ଥାନୀୟ ବାସିନ୍ଦାମାନେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ କେ.ସିଏଚ.ନନ୍ଦଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।ଉକ୍ତ କାର୍ଯ୍ୟ ନିମନ୍ତେ ୯୭୭. ୨୮ଲକ୍ଷ ଟଙ୍କା ପ୍ରଶାସନିକ ଅନୁମୋଦନ ହୋଇଥିବା ବେଳେ ୩୦୦.୮୦ ଲକ୍ଷ ଟଙ୍କାର ବିନିଯୋଗ ପତ୍ର ପ୍ରେରଣ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *