ତିର୍ତ୍ତୋଲ୧୫/୦୪(ଓଡ଼ିଆ ପୁଅ/ଟୁକନ ସେଠୀ)-ହିନ୍ଦୁ ନବ ବର୍ଷ ମହାବିଷୁବ(ପଣା) ସଂକ୍ରାନ୍ତି ଝାମୁଯାତ୍ରା ଚଳିତ ମାସ ଅପ୍ରେଲ ୧୪ ତାରିଖ ଶନିବାର ଦିନ ବାଣୀକ୍ଷେତ୍ର ଝଙ୍କଡ଼ ଶାରଳାଙ୍କ ନୀଠ କନକପୁର ଠାରେ ସାରଳା ମହିମା ପ୍ରଚାର ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଅମରେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସାରଳାମହିମାର ମୁଖ୍ୟ ପ୍ରଚାରକ ମଙ୍ଗଳାଷ୍ଟକ ପାଠ କରିବାପରେ ଅନୁଷ୍ଠାନର ଉପଦେଷ୍ଟା ନାରାୟଣ ପ୍ରସାଦ ରାଉଳ ସ୍ୱାଗତ ଭାଷଣ, ସମ୍ପାଦକ ଅମରଜ୍ୟୋତି ସାହୁ ଅତିଥିମାନଙ୍କ ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ମା ଶାରଳା ଠାକୁରାଣୀଙ୍କ ବରିଷ୍ଠ ସେବାୟତ ଧୁନ ଚନ୍ଦ୍ର ପଣ୍ଡା, ଓ ବଳରାମ ନାୟକଙ୍କୁ ଟ୍ରଷ୍ଟ ତରଫରୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ସହିତ ୧ ହଜାର ଟଙ୍କା ଅର୍ଥରାଶି ପ୍ରଦାନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଚଳିତ ବର୍ଷ ସର୍ବ ପ୍ରଥମଥର ପାଇଁ ଡ଼. ପିତାମ୍ବର ରାଉତଙ୍କୁ ତାଙ୍କର ସାରସ୍ୱତ ସମ୍ମାନ ନିମନ୍ତେ “ଝଙ୍କଡ଼ ଜ୍ୟୋତି” ସମ୍ମାନ ସୁଧାଂଶୁ ଶେଖର ଦାସ ଓ ସଚୀଦାନନ୍ଦ ଦାସ ପ୍ରଦାନ କରିଥିଲେ। ଟ୍ରଷ୍ଟ ତରଫରୁ ପ୍ରକାଶିତ ଗିତିକାର ରମାକାନ୍ତ ରାଉଳଙ୍କ ମା ଶାରଳା ଭକ୍ତି ଗିତି ମାଳାକୁ ମଧ୍ୟ ଏହି ଅବସରରେ ଲୋକାର୍ପଣ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ଇଂ ଭକ୍ତି ରଞ୍ଜନ ମହାନ୍ତି, ନାରାୟଣ ପ୍ରସାଦ ଜେନା, ପ୍ରଦୀପ କୁମାର ଲେଙ୍କା, ସତ୍ୟ ଭୂଷଣ ଦାସ ଓ ସଂଗ୍ରାମ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟ ପକ୍ଷରୁ ଅଭଡ଼ା ପାଣି ବଣ୍ଟନ କରାଯାଇଥିଲା। ମୋହନପୁର ରାବିନ୍ଦ୍ର ପାଠାଗାର ତରଫରୁ ସଭାରେ ଓଡ଼ିଶାର ଖ୍ୟାତାନାମା ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ ଓ ସାଥିମାନଙ୍କ ଦ୍ୱାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତି ସଂଗୀତ ଆସର ଝାମୁଯାତ୍ରାର ଶୁଭ ରାତ୍ରିରେ ଶାରଳା ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଥିଲା।