ଜଗତସିଂହପୁର

ଝଙ୍କଡ ମା’ଶାରଳାଙ୍କ ମଧୂ ପାର୍ବଣ ପୂଜା

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ କନକପୁର ସ୍ଥିତ ପୂରାଣ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ମା’ଶାରଳା ଠାକୁରାଣୀଙ୍କ ଚୈତ୍ର ମଧୂ ପାର୍ବଣ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ପ୍ରତ୍ୟହ ପ୍ରାତଃ ୫ଟା ବେଳେ ମା’ଙ୍କ ଶ୍ରୀମୁଖ ପ୍ରକ୍ଷାଳନ ପରେ ମଧୂସ୍ନାନ, ୭ଟା ସମୟରେ ମାର୍ଜନା ପରେ ଅଭିନବ ବେଶରେ ମା’ଙ୍କୁ ସଜ୍ମିତ କରାଯିବା ସହ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇ ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରାଯାଉଛି। ଦୈନିକ ପାଞ୍ଜି ପାଠ, ବାଳଭୋଗ ପୂଜା, ସୂର୍ଯ୍ୟ ପୂଜା, ପାର୍ଶ୍ୱ ଦେବଦେବୀମାନଙ୍କୁ ପୂଜାର୍ଚ୍ଚନା କରାଯାଇଛି। ପଣ୍ଡିତ ଚିନ୍ତାମଣି ଦାଶଙ୍କ ଚଣ୍ଡୀପାଠ ମନ୍ତ୍ର ଧ୍ୱନିରେ ଝଙ୍କଡ ଶାରଳା ମନ୍ଦିର ବେଢାକୁ ପ୍ରକମ୍ପିତ କରିବା ସହ ସମଗ୍ର ଝଙ୍କଡ ଅଞ୍ଚଳରେ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଛି। ମଧୁପାର୍ବଣ ପୂଜାରେ କର୍ତ୍ତା ହୋଇଥିବା ମାଙ୍କ ବଡ଼ ପଣ୍ଡା କର୍ତ୍ତା ହୋଇଥିବାବେଳେ ପରିଚ୍ଛା ସୁଦାମ ଚରଣ ପଣ୍ଡା, ପୁରୋହିତ ପଣ୍ଡିତ ପିତାମ୍ବର ଆଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ ପଣ୍ଡିତ ପ୍ରଶନ୍ନ କୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ପଣ୍ଡା ସେବାୟତ ଓ ଛତିଶାନିଯୋଗ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ପ୍ରହର ଧୂପ, ବଡ ସିଂହାର, ଶୋଡଷ ଉପଚାର ପୂଜାର୍ଚ୍ଚନା, ଦ୍ୱୀତୀୟ ପ୍ରହର ଧୂପ ସହିତ ପ୍ରତ୍ୟହ ଯାଜ୍ଞିକ ବ୍ରାହ୍ମଣଙ୍କ ଦ୍ୱାରା ଯଜ୍ଞ ଶାଳାରେ ବିଶ୍ୱଶାନ୍ତି ନିମନ୍ତେ ଆହୂତି ପ୍ରଦାନ କରାଯାଇଛି। ସନ୍ଧ୍ୟା ଆଳତୀ ବେଶ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ରାତ୍ରି ଦଶଟା ବେଳେ ଷୋଡଶ ଉପଚାର ପୂଜା ବେଳେ ମା’ଙ୍କୁ ପୁରୀ, କାକରା, ଲଡୁ, ବରା, ପାରିଜାତ ଓ ମଣ୍ଡା ଭୋଗ, ନୈବଦ୍ୟ ଅର୍ପଣ କରାଯାଉଛି। ଏହି ମଧୂପାର୍ବଣ ବା ବାସନ୍ତି ପୂଜା ଚଳିତ ମାସ ୨୬ ତାରିଖ ରାମ ନବମୀ ପର୍ଯ୍ୟନ୍ତ ଚାଲିବ ବୋଲି ଶାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top