ଝଙ୍କଡ ମା’ଶାରଳାଙ୍କ ମଧୂପାର୍ବଣ ପୂଜା ଉଯାପନ

ତିର୍ତ୍ତୋଲ୨୭/୦୩(ଓଡ଼ିଆ ପୁଅ/ଟୁକନ ସେଠୀ)-ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତି ପୀଠ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଚୌତ୍ର ମଧୁପାର୍ବଣ ପୂଜା ଗତ ମାର୍ଚ୍ଚ ୧୮ ତାରିଖ ରବିବାର ଦିନ ଠାରୁ ଶୁଭାରମ୍ଭ ହୋଇ ଗତକାଲି ମହା ସମାରୋହରେ ବୈଦିକ ବିଧିବିଧାନର ସହିତ ଉଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ୯ଦିନ ବ୍ୟାପି ମଧୁପାର୍ବଣକୁ ପଞ୍ଜିକା ମତଯୋଗୁ ୮ ଦିନ ଧରି ପାଳିତ ହୋଇଥିଲା। ଏହି ଉପଲକ୍ଷେ ଦୈନିକ ପାଞ୍ଜି ପାଠ, ସୂର୍ଯ୍ୟ ପୂଜା, ଷୋଢ଼ଷ ଉପଚାର ପୂଜା ସହିତ ଯଜ୍ଞ ଶାଳାରେ ବ୍ରାହ୍ମଣମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ଯଜ୍ଞର ଆହୁତି ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ଆଳତୀ ସମୟରେ ସନ୍ଧ୍ୟାବେଶ ଦର୍ଶନ ନିମନ୍ତେ ମନ୍ଦିର ବେଢ଼ାରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ରାତ୍ର ବଡ଼ସିଂହାର ପରେ ମାଙ୍କୁ କାକରା ପୁରୀ, ମରିଚିଲଡ଼ୁ, ମୁଅାଁ, ବରା ଓ ପାରିଜାତ ଭୋଗ ସହତି ମଣ୍ଡା ଭୋଗ ମଧ୍ୟ ମାଙ୍କୁ ଅର୍ପଣ କରାଯାଇଥିଲା। ମାଙ୍କ ବଡ଼ପଣ୍ଡା ପ୍ରଜ୍ଞାଦୀତ ପଣ୍ଡା ଏହି ମଧୁପାର୍ବଣ ପୂଜାରେ କର୍ତ୍ତାଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେପରିଚ୍ଛା ସୁଦାମ ଚରଣ ପଣ୍ଡା, ପୁରୋହିତ ପଣ୍ଡିତ ପିତାମ୍ବର ଆଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ ପଣ୍ଡିତ ପ୍ରଶନ୍ନ କୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ପଣ୍ଡା ସେବାୟତ ଓ ଛତିଶାନିଯୋଗ ସହିତ ମନ୍ଦିର ପ୍ରଶାସନ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ରାତ୍ର ୧୧ଟାରେ ପୂର୍ଣ୍ଣାହୁତି ପରେ ଏହି ମଧୁପାର୍ବଣ ପୂଜା ଉଯାପିତ ହୋଇଥିଲା।

Leave a Reply

Your email address will not be published. Required fields are marked *