କେନ୍ଦ୍ରାପଡ଼ା

ଜୟୀପୁରା ପ୍ରାଥମିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡା ୧୧/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଜୟୀପୁରା ପ୍ରାଥମିକ ବିଦ୍ୟାଳୟର ଦୁଇଦିନିଆ ପଂଚଦଶତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରି କବିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରି ସଂଯୁକ୍ତା ତ୍ରିପାଠି ମୁଖ୍ୟ ଅତିଥି ଓ କାକଟ ମଙ୍ଗଳା କ୍ଲଷ୍ଟରର ସି.ଆର.ସି.ସି.ବଳଦେବ ପ୍ରସାଦ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଉଦଯାପନୀ ଦିବସରେ ପ୍ରାକ୍ତନ ସ୍କୁଲ ସବଇନିସପେକ୍ଟର ଦୋଳଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରି ସଂଯୁକ୍ତା ତ୍ରିପାଠି ମୁଖ୍ୟ ଅତିଥ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ମୁଖ୍ୟବକ୍ତା ଓ ସି.ଆର.ସି.ସି.ବିଷ୍ଣୁ ଚରଣ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥି ସହିତ ଚମ୍ପିୟନଙ୍କୁ ସୁବଳ ଚରଣ ମହାନ୍ତି, ଦାମୋଦରହାନ୍ତି ଓ ନନ୍ଦ କିଶୋର ପଲାଇ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍କୁଲର ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ସୁଦିପ୍ତା କରଙ୍କୁ ତାଙ୍କର ରାଜ୍ୟ ସ୍ତରୀୟ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷୟତ୍ରି ସୁଜାତା ମହାନ୍ତି, ନଫିସା ବେଗମ ଉତ୍ସବ ପରିଚାଳନା କରିଥିବା ବେଳେ ଏସ.ଏମ.ସି.ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ବେହେରା ସହେଯାଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top