ଅପରାଧ

ଜୟପୁର ରାଜନହର ଗୁଳିକାଣ୍ଡ ଘଟଣା: ପୂର୍ବତନ ଜୟପୁର ଯୁବ ବିଜେଡି ସଭାପତି ବିକାଶ ପାତ୍ର ଗିରଫ

– ବିକାଶକୁ ପଶ୍ଚିମବଙ୍ଗରୁ ଗିରଫ କଲା ଜୟପୁର ପୁଲିସ୍

ଜୟପୁର, ୮-୧୧ ଅକ୍ଟୋବର (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ/ରଞ୍ଜନ ଦାସ)- ଜୟପୁର ସହରର ଜନଗହଳିପୂର୍ଣ୍ଣ ରାଜନହର ଛକ ଠାରେ ଗତ ୨୫ ତାରିଖରେ ସ୍ପଷ୍ଟ ଦିବା ଲୋକରେ ଗୁଳି ଫୁଟିବା ଘଟଣାରେ ପୋଲିସ ମୁଖ୍ୟ ଅପରାଧି ତଥା ପୂର୍ବତନ ଜୟପୁର ଯୁବ ବିଜେଡି ସଭାପତି ବିକାଶ ପାତ୍ରକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଜୟପୁର ପୁଲିସ୍।

ସୂଚନାଯୋଗ୍ୟଯେ, ଗତ ୨୫.୯.୧୮ ତାରିଖରେ ରାଜାନହର ଛକ ନିକଟରେ ଘଟିଥିବା ଗୁଳିକାଣ୍ଡରେ ସନ୍ତୋଷ ନାୟକକୁ ପୂର୍ବତନ ବିଜେଡି ଯୁବ ସଭାପତି ବିକାଶ ପାତ୍ର ଗୁଳି କରି ହତ୍ୟା କରିବାକୁ ଯୋଜନା କରିଥିଲା। ଏଥିରେ ସନ୍ତୋଷ ଓ ତାଙ୍କ ବାପା ନରେନ୍ଦ୍ର ନାଥ ନାୟକ ଗୁରୁତର ହୋଇଥିଲେ। ପରେ ସେମାନଙ୍କୁ ଜୟପୁର ଜିଲା ଚିକିତ୍ସାଳୟରେ ଚିକିତ୍ସା କରାଯାଇ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ଅପରାଧି ବିକାଶ ପାତ୍ର, ଫୁଲକ ମାଝି, ମୁନା ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ ଓ ସୁରି ନାୟକ ଘଟଣାସ୍ଥଳରୁ ଫେରାର ଥିଲେ। ଏହି ଘଟଣାରେ, ପୂର୍ବରୁ ୩ ଜଣ ସହଯୋଗୀ ଗଡିଆ ଧୋବା ସାହିର ସନ୍ତୋଷ ନାୟକ ଓରଫ ମୁନା (୨୫), ପୂର୍ଣ୍ଣଚନ୍ଦ୍ର ନାୟକ (୨୭), ସୁରି ନାୟକ ଓରଫ ସୁରି (୩୨) ଙ୍କୁ ଗିରଫ କରିଥିଲା ପୋଲିସ୍।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top