ad
ଜିଲ୍ଲା ପରିକ୍ରମା

ଜୟପୁର ମାଲକାନଗିରି ପ୍ରସ୍ତାବିତ ରେଳଲାଇନ ସର୍ଭେକାର୍ଯ୍ୟ ଶୁଭାରମ୍ଭ,୫ବର୍ଷମଧ୍ୟରେ ରେଳଚଳାଚଳ ପାଇଁ ଯୋଜନା

ମାଲକାନଗିରି,୨୦ା୧(ଓଡିଆ ପୁଅ )  ବହୁପ୍ରତୀକ୍ଷିତ ଜୟପୁର -ମାଲକାନଗିରି ରେଳ ଲାଇନ ସର୍ଭେକାର୍ଯ୍ୟ ଶୁଭାରମ୍ଭ କରି ସାଂସଦ ବଳଭଦ୍ରମାଝୀ ଏହାର ସମୀକ୍ଷା ଓ ସର୍ଭେକାର୍ଯ୍ୟର ତଦାରଖ କରିଛନ୍ତି । ଏହି କାର୍ଯ୍ୟ କେତଦୂର ଆଗେଇଛି ସେନେଅଇ ଆଜି  ମାଲକାନଗିରି ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ  ଓ ରେଳବିଭାଗ ଇଂଜିନିୟର ମାନେ ଉପସ୍ଥିତ ରହି ସୁଚନା ଦେଇଛନ୍ତି । ଜୟପୁର-ମାଲକାନଗିରି ୧୩୦କିମି ରେଳଲାଇନ ଗତ୨୦୧୬-୧୭ମସିହାରେ ସେକଂସନ୍ ହୋଇଥିଲା । ୨୦୧୭ମସିହାରେ ସର୍ଭେକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବଜେଟ ପାସ ହୋଇନଥିବାରୁ ତାହା ମନ୍ଥରଗତିରେ ଚାଲିଥିଲା ।୨୦୧୮ ଫେବୃଆରୀ ମାସରେ ୨୩୪୩.୬୪କୋଟି ଟଙ୍କା ବ୍ୟୟଅଟକଳରେ ବଜେଟ ପାସ ହେଲାପରେ ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀଙ୍କ ପ୍ରଚେଷ୍ଟାରେ ତାହା ଏବେ ଦୃତଗତିରେ ସର୍ଭେକାର୍ଯ୍ୟ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଜୟପୁର ଠାରୁ ୩୦କିମି ବୈପାରିଗୁଡା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ସରିଯାଇଛି । ଜୟପୁର ଠାରୁ ମାଲକାନଗିରି ୧୩୦କିମି ଦୂରରେଳ ଲାଇନ ନିର୍ମାଣ ହେବାସହିତ ୧୨ଟି ଷ୍ଟେସନ ଯଥା ପାମ୍ଫୁଣି,ବୈପାରୀଗୁଡା, ଟାଙ୍ଗିନିଗୁଡା,ନୁଖରୀ, ସିନ୍ଧିଗୁଡା,ଗୋବିନ୍ଦପାଲି,ମାଥିଲି,ପାଙ୍ଗାମ ,ପାଣ୍ଡ୍ରୀପାଣି,ପଚଂବଟି(ସତିଗୁଡା), ମାଲକାନଗିରି(ଏମଭି୪୨) ପ୍ରତିଷ୍ଟା କରାଯିବା ପାଇଁ ଜମି ସର୍ଭେକାର୍ଯ୍ୟ ଚାଲିଛି,ଏହା ବ୍ୟତିତ ପାହଡ କଟା ଯାଇ ଘାଟିରେ ୪ଟି ଟନେଲ,୨୨ଟି ବଡବ୍ରୀଜ,୬୧ଟି ସାନ ବ୍ରୀଜ,୭ଟି ଲାଇଟ ହାଉସ,୩୫୮ ଟି ଷ୍ଟାପ କ୍ୱାର୍ଟସ ନିର୍ମାଣ କରାଯିବା ପାଇଁ ନିସ୍ପତି ନିଆ ଯାଇଛି । ଏଥି ନିମନ୍ତେ ୯୬୬ହେକ୍ଟର ଜମିର ଆବଶ୍ୟକତା ରହିଛି । ୬୯ହେକ୍ଟର ଜମି ସରକାରୀ ଓ ୧୧୨ହେକ୍ଟର ବେସରକାରି ହୋଇଥିବାବେଳେ ୧୫ହେକ୍ଟକ ରାଜସ୍ୱ ଜଙ୍ଗଲ ଜମି ରହିଛି । ସର୍ଭେକାର୍ଯ୍ୟ ଶେଷ ହୋଇଗଲା ପରେ ଏପ୍ରିଲମାସ ରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ,ଜୟପୁର-ମାଲକାନଗିରି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆସନ୍ତା୫ବର୍ଷ ମଧ୍ୟରେ ସମ୍ପୁଣ୍ଣ ର୍ ହୋଇ ରେଳଚଳା ଚଳ ଆରମ୍ଭ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ମାଝି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ବିଧାୟକ ମାନସ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁଶିଶା,ପୁବ ର୍ତନ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର,କୋରାପୁଟ ରେଳ ଡିଭିଜନ ଡେପୁଟି ଚିଫଇଂଜିନିୟର(ନିର୍ମାଣ)ଇଂ.ଟି.ଏମ.ରାଓ,ନିର୍ବାହି ଯନ୍ତ୍ରୀ ଇଂ.ସି.ଏମ.ରାଓ,ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧରବୁରୁଦା,ବିଜେଡି ର ବରିଷ୍ଟ ନେତା ଗୋପାଳପଣ୍ଡା,ପ୍ରୀତିପାଲ ସିଂ,ଜଗୁପଡିଆରୀ, ପ୍ରମୁଖ ଯୋଗଦେଇ ଥିଲେ । ସାମ୍ବାଦିକ ସମ୍ମିଳନୀପରେ ସାଂସଦ, ବିଧାୟକ, ଯନ୍ତ୍ରୀ ମାନେଏମଭି୪୩ ଗ୍ରମ ନିକଟରେ ପ୍ରସ୍ଥାବିତ ମାଲକାନଗିରି ରେଳ ଷ୍ଟେସନ ସ୍ଥାନ କୁ ଯାଇ ଜମିର ସର୍ଭେ କାର୍ଯ୍ୟ ତଦାରଖ କରି ଗ୍ରାମବାସୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ । ପୁବ ର୍ରୁ ସାଂସଦ ଶ୍ରୀ ମାଝୀ ରେଳବିଭାଗର ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟକରୁଥିବାରୁ ରେଳ ଲାଇନ ସର୍ଭେ ପାଇଁ ଆସିଥିବା ଡିଜିଟାଲ ଟୋଟାଲ ଷ୍ଟେସନ ଓ ଟିୟୁଡି ଲାଇଟ ମେସିନ ନିଜେ ପରିଚାଳିତ କରି ମାଲକାନଗିରି ଜିଲ୍ଲାର ମୁଖ୍ୟ ଷ୍ଟେସନ ଜମି ସ୍ଥାନରେ  ନଡିଆ ଭାଙ୍ଗି ସର୍ଭେ କାର୍ଯ୍ୟର ସୁଭାରମ୍ଭ କରିଛନ୍ତି ।ବହୁବର୍ଷ ପରେ ମାଲକାନଗିରି ଜିଲ୍ଲାବାସୀଙ୍କ ରେଳଯାତ୍ରା କରିବାର ସ୍ୱପ୍ନ ସତ ହେବାକୁ ଯାଉଥିବାରୁ ଗ୍ରାମବାସୀ ମାନେ ଖୁସିହୋଇ ସର୍ଭେ ସ୍ଥଳରେ ଶହ ଶହ ସଂଖ୍ୟାରେ ଜମାହୋଇ ସାଂସଦ,ବିଧାୟକ ଓ ରେଳବିଭାଗ ଇଂଜିନୀୟର ମାନଙ୍କୁ  ଧନ୍ୟବାଦ ଜଣାଇଛନ୍ତି ।

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top