ଜୟନ୍ତୀ ସମାରୋହ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଥିଲେ କବିଶେଖର ଚିନ୍ତାମଣି

ଭଦ୍ରକ, ୧୭ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଅଣ ଓଡ଼ିଆଙ୍କ କବଳରେ ଓଡ଼ିଆ ଭାଷା ଯେତେବେଳେ ତଳିତଳାନ୍ତ ହୋଇଯିବାକୁ ବସିଥାଏ, ସେତେବେଳେ ଓଡ଼ିଆ ଭାଷାର ମର୍ଯ୍ୟାଦା ବଜାୟ ରଖିବା ଦିଗରେ ଭାଷାପ୍ରେମୀ ସାରସ୍ୱତ ସାଧକ କବିଶେଖର ଚିନ୍ତାମଣିଙ୍କ ଭୂମିକା ଥିଲା ଅତୁଳନୀୟ । ବିଭିନ୍ନ ପତ୍ରପତ୍ରିକା ସଂପାଦନା ଓ ସାମ୍ବାଦିକତା ସମୟରେ ସେ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଭାବେ ଯେଭଳି ଅଣ୍ଟା ଭିଡ଼ିଥିଲେ, ତାହା ସ୍ମରଣୀୟ ବୋଲି କବିଶେଖର ଚିନ୍ତାମଣି ମହାନ୍ତିଙ୍କ ୧୫୧ତମ ଜୟନ୍ତୀ ସମାରୋହରେ ମତ ପ୍ରକାଶ ପାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ସଂସ୍କୃତି ଭବନଠାରେ ଅନୁଷ୍ଠିତ ଏହି ସମାରୋହକୁ ନାଟ୍ୟକାର ସୁଧାକର ନନ୍ଦ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଭାଷଣରେ ଯଶ ଓ କୀର୍ତ୍ତି ଲାଗି ଚିନ୍ତାମଣି କାଳ ବକ୍ଷରେ ହଜିଯାଇ ନାହାନ୍ତି ବୋଲି କହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭଦ୍ରକ ପୂଜ୍ୟପୂଜା ସଂସଦର ସହ ସମ୍ପାଦକ କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଅନୁଷ୍ଠାନର ସଂପାଦକ ରୁପକ ବିହାରୀ ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ,ଓଡ଼ିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସହାୟକ ସଞ୍ଜୟ କୁମାର ଛୟାଳସିଂ ଏକାଡେମୀ ତରଫରୁ ସୂଚନା ପ୍ରଦାନ କରିଥିଲେ । ପୂଜ୍ୟପୂଜା ସଂସଦର ଯୁଗ୍ମ ସଂପାଦକ ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ସୂଚନା ଦେଇଥିବା ବେଳେ, ନାଟ୍ୟକାର ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ ।  କଣ୍ଠଶିଳ୍ପୀ ରୁଦ୍ରମାଧବ ବାରିକ ବନ୍ଦ ଉକôଳ ଜନନୀ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଅଧ୍ୟାପକ ଡ. ମନୀନ୍ଦ୍ର ମହାନ୍ତି ସମୟ ସହିତ ତାଳ ଦେଇ କବିଶେଖର ଚିନ୍ତାମଣି ତାଙ୍କ ସାହିତ୍ୟ ସୃଷ୍ଟି କରିଥିବାରୁ, ତତ୍କାଳୀକ ପରିସ୍ଥିତିକୁ ଆଖିରେ ରଖି ତାଙ୍କ ସାହିତ୍ୟ ଆଲୋଚନା କରାଯିବା ଉଚିତ ବୋଲି କହିଥିଲେ । ମୁଖ୍ୟ ବକ୍ତା ଅଧ୍ୟାପକ ଡ. କୃପାସିନ୍ଧୁ ନାୟକ କବିଶେଖର ଚିନ୍ତାମଣିଙ୍କ ସାହିତ୍ୟର ଗଭୀରତା କଳନା ଲାଗି ତାଙ୍କ ବିପୁଳାୟତନ ସାହିତ୍ୟ ଜଗତକୁ ଏକନିଷ୍ଠ ଭାବେ ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି ପ୍ରସ୍ତାବ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାହିତ୍ୟଏକାଡେମୀର ସଦସ୍ୟ ଅଭୟ ସୂତାର ଓ ପୂର୍ଣ୍ଣଚନ୍ଦ୍ର ବହଳୀ ଓଡ଼ିଆ ସାହିତ୍ୟକୁ ଚିନ୍ତାମଣିଙ୍କ ଅବାଦାନ ସଂପର୍କରେ ଆଲୋକପାତ କରିଥିଲେ ।  ଏହି ଅବସରରେ ବିଶିଷ୍ଟ ଅନୁବାଦକ ପଣ୍ଡିତ ଶ୍ରୀବସô କରଶର୍ମାଙ୍କ ହିନ୍ଦୀ ଭାଷାରେ ଅନୁଦିତ କବିଶେଖର ଚିନ୍ତାମଣିଙ୍କ ରଚିତ ‘ଯୁଗଳମଠ’ ଉପନ୍ୟାସ ଉନ୍ମୋଚିତ ହୋଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ନିହାର ରଂଜନ କର କବି ଚିନ୍ତାମଣିଙ୍କ ସାରସ୍ୱତ କୃତି ଉପରେ ଆଲୋକପାତ କରିଥିବା ବେଳେ, କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର ଧନ୍ୟବାଦ ଦେଇଥିଲେ ।  ଦେବେନ୍ଦ୍ର କୁମାର ସ୍ୱାଇଁ,ଏମ.ଏ.ନବୀ,ଏସ୍.ଏମ.ଫାରୁକ, କବି ଦିବ୍ୟସିଂହ ଦାସ ଅଧିକାରୀ, ରମେଶ ଚନ୍ଦ୍ର ପତ୍ରୀ, ଅଜୟ କୁମାର ନାୟକ,ଡ.ପଦ୍ମକାନ୍ତ ଧଳ,କବି ବସନ୍ତମିଶ୍ର,ସୁଧାକର ରାଉତ ପ୍ରମୁଖ ଉସôବରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *