ଓଡ଼ିଶା

ଜୟନ୍ତିଗିରି ପରିଦର୍ଶନ କଲେ ଅତିରିକ୍ତ ଜିଲାପାଳ

କୋରାପୁଟ ; ତା୦୬-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ନନ୍ଦପୁର ବ୍ଲକର ପାନ୍ତଲୁର ପଂଚାୟତ ଜୟନ୍ତିଗିରି ଗ୍ରାମରେ ଆନ୍ଧ୍ର ପ୍ରଶାସନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ଘଟଣା ଗଣ ମାଧ୍ୟମରେ ଆସିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲାପାଳ ସେହି ଅଂଚଳ ଗସ୍ତ କରିଛନ୍ତି। ସୋମବାର ଅତିରିକ୍ତ ଜିଲାପାଳ ସୁଜାତା ମିଶ୍ର ଓ ନନ୍ଦପୁର ତହସିଲଦାର ସାହେବ ରାମ ବାସ୍କେ ଜୟନ୍ତିଗିରି ଗ୍ରାମକୁ ଯାଇ ଆନ୍ଧ୍ର

ଦ୍ୱାରା ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟ ପକ୍ଷରେ ପାନ୍ତୁଲୁର ପଂଚାୟତରେ ଓଡିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟ ସେ ଦେଖିବା ସହ ସେହି ଅଂଚଳରେ ଥିବା ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଓ ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ରାଜ୍ୟ ସରକାରର ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ଅନୁପ୍ରବେଶକାରୀଙ୍କ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଥାଉକି, ନନ୍ଦପୁର ବ୍ଲକ ପାନ୍ତୁଲୁର ପଂଚାୟତର ଜୟନ୍ତିଗିରି ଗ୍ରାମରେ ବେଙ୍ଗୁଲୁରୁର ଇନଫୋସିସ୍ ଫାଉଣ୍ଡେସନ ଓ ବିଶାଖା ଜିଲା ନବ ନିର୍ମାଣ ସମିତି ନରସିପାଟନାମର ମିଳିତ ଆନୁକୂଲ୍ୟରେ ୪ଲକ୍ଷ ୯୨ ହଜାର ୪୦୩ ଟଙ୍କା ଅଟକଳ ମୂଲ୍ୟର ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରା ଯାଇଛି। ଉକ୍ତ ପ୍ରଳ୍ପର ସୂଚନା ଫଳକ ତେଲୁଗୁ ଏବଂ ଇଂରାଜୀ ଭାଷାରେ ଲେଖା ଯିବା ସହ ପାନ୍ତୁଲୁର ଗ୍ରାମକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାମ୍ ଜିଲା ନନ୍ଦପୁର ମଣ୍ଡଳ ପାଥୁଲାଙ୍ଗି ପଂଚାୟତ ବୋଲି ଦର୍ଶା ଯାଇଛି। ଏହାକୁ ଓଡିଶା ଉପରେ ଆନ୍ଧ୍ରର ଦ୍ୱିତୀୟ ଆକ୍ରମଣ ବୋଲି ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେବା ଓ ଘଟଣା ସମ୍ପର୍କରେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଅଂଚଳ ଗସ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top