କଳାହାଣ୍ଡି

ଜୟଦୁର୍ଗା ହାଇସ୍କୁଲରେ ଶିଶୁ ବିଜ୍ଞାନମେଳା

ଭବାନୀପାଟଣା, ୪/୨(ଓଡ଼ିଆ ପୁଅ) : କୋମଳମତି ଛାତ୍ରଛାତ୍ରୀମାନଙ୍କ ମନରେ ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସୁ ମନୋଭାବ ତଥା ବୈଜ୍ଞାନିକ ଚିନ୍ତାଧାରର ବିକାଶ ଲକ୍ଷ୍ୟ ନେଇ ଭାରତ ଜ୍ଞାନ ବିଜ୍ଞାନ ସମିତି – ଓଡ଼ିଶା, ବିଜ୍ଞାନ ପ୍ରସାର ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ୍ ପରିସରରେ ଏକ ଶିଶୁ ବିଜ୍ଞାନମେଳା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱମ୍ଭର ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ନର୍ଲା ନୋଡାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ୧୨୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସମୀର କୁମାର ବେହେରା, ସନ୍ତୋଷ କୁମାର କର, ପରମାନନ୍ଦ ଛୁଆଳସିଂହ, ମିହିର କୁମାର ବେହେରା, ଦୁଷ୍ମନ୍ତ ପାଢ଼ୀ, ବୀରେନ୍ଦ୍ର ଆଚାର୍ୟ୍ୟ ପ୍ରମୁଖ ସାଧନକର୍ମୀ ଭାବେ ଯୋଗଦେଇ ପ୍ରୟୋଗ ମାଧ୍ୟମରେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ, ଗଣିତ ମଜା ଆଦି ବିଷୟ ବୁଝାଇଥିଲେ। ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଯୋଗେନ୍ଦ୍ରନାଥ ଜେନା ବିଜ୍ଞାନ ହିଁ ଦେଶକୁ ଆଗେଇ ନେବାର ପ୍ରକୃଷ୍ଟ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର କାର୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top