ଜଗତସିଂହପୁର

ଜଡ଼ତିରା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

ତିର୍ତ୍ତୋଲ୨୭.୦୨(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ଗ୍ରାମପଞ୍ଚାୟତର ଜଡ଼ତିରାର ଗ୍ରାମଦେବତୀ ମା ବଜ୍ର ଶୁଣୀ ପୀଠରେ ଅଷ୍ଟ ପ୍ରହର, ନାମ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ମା ବଜ୍ର ଶୁଣୀଙ୍କର ଷୋଢ଼ଷ ଉପଚାର ପୂଜା, କଳସ ଶୋଭାଯାତ୍ରା, ଅଧିବାସ, ଅଷ୍ଟପ୍ରହର ନାମ ଓ ବିଶ୍ୱଶାନ୍ତି କାମନା କରି ଘୃତ ଯଜ୍ଞ, ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଭଜନ ସମାରୋହ, ନଗର ସଂକୀର୍ତ୍ତନ ପ୍ରଭୃତି କାର୍ଯ୍ୟକ୍ରମ ସହିତ ଅନ୍ନପ୍ରସାଦ ବିତରଣ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମର ଦୈତାରୀ ପରିଡ଼ା, ରଶ୍ମି ରଞ୍ଜନ ପଣ୍ଡା, ବାବୁନା ନାୟକ, କେଦାର ଚରଣ ପଣ୍ଡା, ବିଭୂତି ଭୂଷଣ ପରିଡ଼ା, ବାବାଜି ଚରଣ ରାଉତ, ନଟବର ସ୍ୱାଇଁ, ଛବିନ୍ଦ୍ର ରାଉତ, ବଂଶୀଧର ପଲେଇ, ସୁରେନ୍ଦ୍ର ସେଠୀ, ନୃସିଂହ ଚରଣ ମଲ୍ଲିକ, ଜଗନ୍ନାଥ ସାହୁ, ସମିତସଭ୍ୟ ପବିତ୍ର ମଲିକ୍, ପୁରୋଷତ୍ତମ ସେଠୀ, ସଇଳବାଳା ପରିଡ଼ା, ସୁକାନ୍ତ ସାହୁ ପ୍ରମୁଖ ଜଡ଼ତିରା ଗ୍ରାମର ଗ୍ରାମବାସୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁରୂପଭାବେ ଏହି ପଞ୍ଚାୟତର ଅରଡ଼ା ଗ୍ରାମ ୯ନଂ ୱାର୍ଡ଼ରେ ୱାର୍ଡ଼ବାସୀଙ୍କ ସମିଳିତ ଉଦ୍ୟମରେ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top