ଜ୍ୱାଇଁର ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡାଦେଶ, ଶାଶୁ , ଶଳା ନିଦେ୍ର୍ଦାଷରେ ଖଲାସ

ବୈାଦ୍ଧ,୦୮ା୧୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଜ୍ୱାଇଁକୁ ହତ୍ୟା କରିଥିବା ମାମଲାର ବିଚାର କରି ଅଭିଯୁକ୍ତ ଶଶୁରୁକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ଶାଶୁ ଓ ଶଳାକୁ ନିଦେ୍ର୍ଦାଷର ଖଲାସ କରିଛନ୍ତି । ମାମଲରୁ ପ୍ରକାଶ ଯେ ବୌଦ୍ଧ ଜିଲା ପୁରୁଣାକଟକ ଥାନାର ରାଣିଗଞ ଗ୍ରାମର କପିଳ ବେହେରା ଉକ୍ତ ଗା୍ରମର ଭ୍ରମର ବେହେରାଙ୍କ (୬୦) ଝିଅ ଝୁଲଣା ବେହେରାକୁ ଗତ ୨୦୦୬ ମସିହାରେ ବିବାହ କରିଥିଲେ । କିନ୍ତୁ ୨୦୧୨ ମସିହାରେ କପିଳ ଆଉ ଏକ ଝିଅକୁ ଭଲ ପାଇ ନେଇ ଆସି ଘରେ ରଖିଥିଲା ଏବଂ ଦୁଇଜଣ ସ୍ତ୍ରୀ ସହ ପିଲାମାନଙ୍କୁ ନେଇ ଗୋଛାସାହି ଠାରେ ରହୁଥିଲା । ଗତ ୧୩.୬.୧୩ ତାରିଖରେ ସ୍ୱାମୀ କପିଳ ସହ ଝୁଲଣାଙ୍କ ମଧ୍ୟରେ କଳହ ହେବାରୁ ଦିନ ବେଳା ବାପଘର ରାଣିଗଞକୁ ପଲାଇ ଆସିଥିଲା । ସ୍ତ୍ରୀ ଝୁଲଣା ଚାଲିଯାଇଥିବା ନେଇ ଉକ୍ତ ଦିନ ସନ୍ଧ୍ୟାରେ ଶଶୁର ଘରକୁ ନେବାକୁ ଆସିଥିଲା । କିନ୍ତୁ ସେଠାରେ ଶଶୁର ଭ୍ରମର , ଶାଶୁ ଯାଜ୍ଞସେନୀ ବେହେରା (୫୦) ଓ ଶଳା ଭିକ ଓରଫ ସୀତାରାମ ବେହେରା (୨୫) ଏକ ଦଉଡାରେ ବାନ୍ଧି ଠେଙ୍ଗା ଓ ଟାଙ୍ଗିଆ ଦ୍ୱାରା ହାଣିବା ଦ୍ୱାରା ତାର ମୃତୁ୍ୟ ହୋଇଥିବା ନେଇ କପିଳର କାକା ରମେଶ ବେହେରା ଗତ ୧୪.୬.୧୩ରେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୁରୁଣାକଟକ ପୋଲିସ ଥାନା କେସ ନଂ ୩୯/୧୩ ତା ୧୪.୬.୧୩ ରିଖରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଏହି ହତ୍ୟା ମାମଲାରେ ଶଶୁର , ଶଳା ଓ ଶାଶୁକୁ ଗିରଫ କରି ଗତ ୧୫.୬.୧୩ ରେ ବିଚାର ପାଇଁ କୋର୍ଟ ଚାଲାଣ କରିଥିଲା । ମାମଲାଟି ପରିବର୍ତ୍ତି ସମୟରେ ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ ଏସଟି କେସ ନଂ ୮୧/୧୩ ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲାଦୌରାଜଜ ଶୁଚିସ୍ମିତା ମିଶ୍ର ପ୍ରମାଣ ଥିବା ନେଇ ଅଭିଯୁକ୍ତ ଶଶୁର ଭ୍ରମର ବେହେରାକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୫୦୦୦ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଥିବା ବେଳେ ପ୍ରମାଣ ଅଭାବରୁ ଶାଶୁ ଓ ଶଳାକୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । । ସରକାରଙ୍କ ପକ୍ଷରୁ ପିପି ଧୁରୀଣ ଦେହୁରୀ ଏହି ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *