ଜ୍ଞାନ, ବିକାଶ ଓ ଶାସନ ଭାଷା: ଓଡ଼ିଆ ଓଡ଼ିଶା ସରକାରଙ୍କ ତତ୍ପରତା ପ୍ରକଟ, ଓଡ଼ିଆ ଭାଷା ସଂଗ୍ରାମ ସମିତିର କୃତଜ୍ଞତା

ରାଉରକେଲା/୨୩/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଛି ! ୬୩ ବର୍ଷର ଅଚଳ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ତତ୍ପରତା ପ୍ରକଟ କରିଛନ୍ତି । ରାଜ୍ୟ ସଚିବାଳୟରେ ଓସ୍ୱାସରେ୍ ଓଡ଼ିଆ ଭାଷାର ପ୍ରୟୋଗ କରାଯାଇ ଚଳିତ ମାସ ଶେଷ ସୁଦ୍ଧା ଓଡିଆ ଭାଷାରେ ଓଡିଶା ଶାସନ ସୁନିଶ୍ଚିତ କରିବା ସହିତ ଯଥେଷ୍ଟ ପୂର୍ବରୁ ଓଡିଆ ଭାଷା ନିୟମାବଳୀ-୨୦୧୬ ପ୍ରଣୟନ ଓ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦଳମତ ନିର୍ବିଶେଷରେ ଓଡିଶା ବିଧାନସଭାରେ ବିଧେୟକ ଗୃହୀତ ହୋଇଥିବାରୁ ରାଉରକେଲା ଶାଖା ଓଡିଆ ଭାଷା ସଂଗ୍ରାମ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀସଭା, ବିଧେୟକ ସଭାର ପ୍ରତିନିଧି ସର୍ବୋପରି ଓଡିଶା ସରକାର ଓ ଓଡିଶା ଭାଷା ସଂଗ୍ରାମ ସମିତିର ସଂଯୁକ୍ତ ମନ୍ତ୍ରୀସ୍ତରୀୟ କମିଟିର ପ୍ରତିନିଧି ମଣ୍ଡଳୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି । ଗୋପବନ୍ଧୁନଗର ସ୍ଥିତ ଉକôଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ କାର୍ଯ୍ୟାଳୟ ସଭାଗୃହରେ ରାଉରକେଲା ଶାଖା ଆବାହକ ଅରୁଣ କୁମାର ପରିଡ଼ାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଂପୃକ୍ତ ସଭାରେ ଡାକ୍ତର ରାହାସ ବିହାରୀ ମହାପାତ୍ର ପୌରହିତ୍ୟ କରିଥିଲେ । ଓଡିଆ ଭାଷା ସଂଗ୍ରାମ ସମିତିର ରାଜ୍ୟ ଆବାହକ ତଥା ଓଡିଆ ଯୁବ ଲେଖକ ସମ୍ମେଳନର ସଭାପତି ଶଙ୍କର୍ଷଣ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପୃକ୍ତ ସଭାରେ ପୂଜ୍ୟପୂଜା ପରିଷଦର ସାଧାରଣ ସମ୍ପାଦକ ସନାତନ ସାହୁ, ରାଉରକେଲା ମହାନଗର ନିଗମ ବିକାଶ ପରିଷଦର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଉକôଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ଉପଦେଷ୍ଟା ଡାକ୍ତର ବିଷ୍ଣୁପ୍ରିୟା ସାହୁ, ଗୁରୁ ଗୋମକେ ସାନ୍ତାଳି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲକ୍ଷ୍ମୀ ହାସଁଦା, କଳିକା ଅନୁଷ୍ଠାନର ନୃତ୍ୟ ଗୁରୁ ଧନେଶ୍ୱର ସାହୁ, ସଂଗୀତ ଗୁରୁ କାର୍ତିକ ଚନ୍ଦ୍ର ମହାନ୍ତି, ଅନ୍ୱେଷଣର ସଂପାଦିକା ସଚଳା ପଣ୍ଡା, ସୁନିତା ପଣ୍ଡିତ ପ୍ରମୁଖଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ, ସାହିତ୍ୟ ଓ ସାଂସୃତିକ ସଙ୍ଗଠନର କର୍ମକର୍ତା ମାନେ ଓଡିଆ ଭାଷାର ପ୍ରୟୋଗାତ୍ମକ ମୂଲ୍ୟବୋଧ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକଟ କରିଥିବାରୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । ବିଶେଷ କରି ଓଡିଆ ଭାଷା ସଂଗ୍ରାମ ସମିତି ଓ ଓଡିଶା ସରକାରଙ୍କ ସଂଯୁକ୍ତ ମନ୍ତ୍ରୀସ୍ତରୀୟ କମିଟିର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶ ଥାଉକି, ଓଡିଶା ସରକାର ଓ ଓଡିଆ ଭାଷା ସଂଗ୍ରାମ ସମିତିର ସଂପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଗୃହୀତ ନିଷ୍ପତିକୁ ପର୍ଯ୍ୟାୟକ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ସହିତ ଏହାକୁ ଓଡିଶାର ମନ୍ତ୍ରୀସଭା ଓ ବିଧେୟକ ସଭାରେ ଅନୁମୋଦନ କରାଇ ଆଇନରେ ପରିଣତ କରିଛନ୍ତି । ଓଡିଆ ଭାଷା ନିୟମାବଳୀ-୨୦୧୬, ଓଡିଆ ବିଶ୍ୱବିଦ୍ୟାଳୟ, ଓଡିଆ ଭାଷାର ପୂର୍ବସୂରୀ ମହାମନୀଷୀଙ୍କ ନାମରେ ରାଜ୍ୟ ଓ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା, ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ ଓଡିଆ ଶିକ୍ଷାର ପ୍ରୋସôାହନ ପାଇଁ ଓଡିଆ ଭାଷାରେ ଉକôର୍ଷତା ପ୍ରତିପାଦନ କରିଥିବା ପ୍ରତ୍ୟେକ ଛାତ୍ରଙ୍କୁ ବ ାର୍ଷିକ ୨୦ ହଜାର ଟଙ୍କାର ଫକୀର ମୋହନ ମେଧାବୃତି ପ୍ରଦାନ, ଭାଷା ଉର୍କଷ କେନ୍ଦ୍ର ପ୍ରତିଷ୍ଠା, ଭାଷା ସପ୍ତାହ ପାଳନ ଓ ଭାଷା ପୁରସ୍କାର ସମେତ ଓଡିଆ ଭାଷାରେ ଓଡିଶା ଶାସନକୁ କ୍ରୀୟାଶୀଳ କରିବା ନିମନ୍ତେ ସଚିବାଳୟ ଓସ୍ୱାସ୍ରେ ଓଡିଆ ଭାଷା ପ୍ରୟୋଗ ପ୍ରକିୟାକୁ ଚଳିତ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବା ସହିତ ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ମାର୍ଗସୂଚିକା ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରେସ ବିଜ୍ଞପ୍ତି ଦ୍ୱାରା ଘୋଷଣା କରିଥିବାରୁ ଓଡିଆ ଭାଷା ସଂଗ୍ରାମ ସମିତି ରାଉରକେଲା ଶାଖାର ଆବାହକ ଅରୁଣ କୁମାର ପରିଡା ଓଡିଶାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀସଭା, ବିଧାନସଭାର ପ୍ରତିନିଧି ଓ ସର୍ବୋପରି ଓଡିଆ ଭାଷା ସଂଗ୍ରାମ ସମିତି ଓ ଓଡିଶା ସରକାରଙ୍କ ସଂଯୁକ୍ତ ମନ୍ତ୍ରୀସ୍ତରୀୟ କମିଟିର କର୍ମକର୍ତା ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *