ଅନୁଗୁଳ

ଜ୍ଞାନେଶ୍ୱର ସାହୁଙ୍କୁ ସେବା ପଦ୍ମ ସମ୍ମାନ

ତାଳଚେର, ୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସମାଜସେବା ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମାଧାନ’ର ସଭାପତି ଜ୍ଞାନେଶ୍ୱର ସାହୁଙ୍କୁ ବାଲେଶ୍ୱର ପଦ୍ମ ଲୋଚନ ପାଠାଗାର ପକ୍ଷରୁ ‘ସେବା ପଦ୍ମ’ ସମ୍ମାନ-୨୦୧୮ରେ ସମ୍ମାନୀତ କରାଯାଇଛି। ବାଲେଶ୍ୱରର ଅନନ୍ତପୁରରଠାରେ ଆୟୋଜିତ ଏକ ବିଂଶତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର, ବରେଣ୍ୟ ଅତିଥିଭାବେ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଭୟ ସୂତାର ପ୍ରମୁଖ ଯୋଗଦେଇ ଶ୍ରୀ ସାହୁଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ପଦ୍ମ ଲୋଚନ ମହାକୁଡ, ସମ୍ପାଦିକା ନିର୍ମଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଏହି ଅନୁଷ୍ଠାନ ପକ୍ଷରୁ ସାରା ରାଜ୍ୟରୁ ୭୮ଜଣ ପ୍ରତିଭାବାନ୍ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରକାଶ ଥାଉକି, ଶ୍ରୀ ସାହୁ ତାଳଚେର ଅଂଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସମାଜର ଉନ୍ନତି ଉଦ୍ଦେଶ୍ୟରେ ସଚେତନତା କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରି ଆସିଛନ୍ତି। ଏହି ସମ୍ମାନ ମିଳିବା ପରେ ଶ୍ରୀ ସାହୁଙ୍କୁ ବହୁ ଶୁଭେଚ୍ଛୁ ଓ ବନ୍ଧୁବାନ୍ଧବ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସାହୁ ତାଳଚେର ପୌରାଚଂଳର ୱାର୍ଡ଼ ନଂ୧୮ଅନ୍ତର୍ଗତ ଦେଉଳବେଡ଼ା ତେଲିସାହିର ବସନ୍ତ ସାହୁ ଓ ସୌଭାଗିନୀ ସାହୁଙ୍କ କନିଷ୍ଠ ପୁତ୍ର ଅଟନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top