ଜିଲ୍ଲା ପରିକ୍ରମା

ଜ୍ଞାନେଶ୍ୱରୀ ଟ୍ରଷ୍ଟ ମେଧା ଅନ୍ୱେଷଣ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଜ୍ଞାନେଶ୍ୱରୀ ଟ୍ରଷ୍ଟ, ବଣିଆଁ ଉଚ୍ଚ ବିଦ୍ୟାଳୟ ଓ ଚରମ୍ପାର ହରଫୁଲ ସିଂହ କସ୍ତୁରୀଦେବୀ ସେବାସଂସ୍ଥାନ ସହଯୋଗିତାରେ ଜ୍ଞାନେଶ୍ୱରୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପ୍ରତ୍ୟେକଙ୍କୁ ମାନପତ୍ର ସହ ୧ ହଜାର ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିସହ ସେବାନିବୃତ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ରମାକାନ୍ତ ବେହେରା, ପୁରୁଷୋତ୍ତମ ଓଝା, ନବକିଶୋର ପାତ୍ର ଓ ବାବାଜୀ ଚରଣ ନାୟକଙ୍କୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଭଦ୍ରକ ଜିଲା ଓଷ୍ଟା ସଂପାଦକ ପ୍ରଦୀପ୍ତ କୁମାର ଦାସ, ଲାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଦଲ କିଶୋର ମହାପାତ୍ର, ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମହାପାତ୍ର, ନରସିଂହ ମିଶ୍ର, ଅଜିତ୍ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଟ୍ରଷ୍ଟର ଚେୟାରମ୍ୟାନ୍ ମହେଶ୍ୱର ଖିଲାର ଏହି ସଭାରେ ସଭାପତିତ୍ୱ କରିଥିବାବେଳେ ପରିଚାଳନା ସମିତି ସଭ୍ୟ କୃପାସିନ୍ଧୁ ଓଝା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ ଏହି ସଭାକୁ ପରିଚାଳନା କରିଥିଲେ। ହରଫୁଲ ସିଂହ କସ୍ତୁରୀ ଦେବୀ ସେବାସଂସ୍ଥାନର କର୍ମକର୍ତ୍ତା କନୱାର ବାବୁ, ସୀତାକାନ୍ତ ଦାସ, ସଜନ କୁମାର ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top