ଜିଲ୍ଲା ପରିକ୍ରମା

ଜୋନ ସ୍ତରୀୟ ଜନସଂପର୍କ ପଦଯାତ୍ରା ଉଦ୍ୟାପିତ

ଖଇରା, ୧୫/୧୧/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଠାରେ ବିଜୁ ଜନତା ଦଳର ଜୋନ ସ୍ତରୀୟ ଜନ ସଂପର୍କ ପଦଯାତ୍ରା ଆଜି ଉଦ୍ୟାପିତ ହୋଇଯାଇଛି। ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରା ସାମଲେଇଠାରୁ ବାହାରି ସରକାରଙ୍କର ବିଭିନ୍ନ ଯୋଜନାର ସ୍ଲୋଗାନମାନଦେଇ ସଭାସ୍ଥଳରେ ଆସି ପହଞ୍ଚିଥିଲେ। ସେହିପରି ବ୍ଲକଠାରୁ ବାଇକ୍ ରାଲି ବାହାରି କୁପାରୀ ଠାରେ ଅନୁଷ୍ଠିତ ସଭାସ୍ଥଳରେ ପହଞ୍ଚିଥିଲା। କୁପାରୀ ଆରଆଇ ଅଫିସ ସମ୍ମୁଖରେ ଅନୁଷ୍ଠିତ ସଭାରେ ବ୍ଲକ ବିଜୁ ଜନତା ଦଳର ସଭାପତି ବ୍ରଜକିଶୋର ମହାନ୍ତି ସଭାପତିତ୍ୱ କରିଥିବାବେଳେ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବର୍ତ୍ତନା ସରପଞ୍ଚ ସୁଶାନ୍ତ କୁମାର ମିଶ୍ର। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅର୍ଜୁନ ଚରଣ ସେଠୀ ଓ ମୁଖ୍ୟବକ୍ତାଭାବେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ନବୀନ ସରକାରରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଣୟନ କରିଥିବା ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାଇସଚେୟାରମ୍ୟାନ ଜୟନ୍ତ କୁମାର ରାଉତ ସେ ତାଙ୍କ ଭାଷଣରେ ବିଜେଡି ସରକାରର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ ଜନତାଙ୍କ ମଙ୍ଗଳ ହେଉଥିଲା ବେଳେ ନବୀନ ପଟ୍ଟନାୟଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁହେଲେ ତାଙ୍କ ପ୍ରତି ଜନସମର୍ଥନ ବଜାଇରଖି ଓଡିଶା ତଥା ଦେଶର ଏକ ନମ୍ବର କରିବାପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଚେୟାରମ୍ୟାନ ଅଭିଲିପ୍ସା ସାହୁ ନବୀନ ସରକାରର ଜନହିତକର ଯୋଜନା ବିଷୟରେ ବକ୍ତବ୍ୟ ଦେବା ସହିତ ଆଗାମୀ ଦିନରେ ବିଧାୟକ, ସାଂସଦ ଓ ନବୀନ ପଟ୍ଟନାୟକଙ୍କୁ ଜିତାଇ ପୁଣିଥରେ ଶାସନ କ୍ଷମତାରେ ଦେଖିବାକୁ ହେଲେ ତାଙ୍କର ହାତମୁଠାକୁ ଟାଣକରିବା ପାଇଁ ସମସ୍ତ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୩ନମ୍ବର ଜୋନର ଜିଲ୍ଲା ପରିସଦ ସଦସ୍ୟା କଲ୍ପନା ନାଇକ, ୫ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତି ମହଲା, ୬ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ସୁଷମା ମହାପାତ୍ର, କୁପାରୀ ସରପଞ୍ଚ ଭବଜ୍ୟୋତ୍ସ୍ନା ନାୟକ, ୩ନମ୍ବର ଜୋନର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଓ ସଭ୍ୟା, ମହିଳାନାରୀନେତ୍ରୀ ଛବିଲତା ମହାପାତ୍ର, ବିଏଲଏଫ ସଭାନେତ୍ରୀ ରଶ୍ମିତା ମହାପାତ୍ର, ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟା ପୂର୍ବତନ ନନ୍ଦୁର ସରପଞ୍ଚ ଜୟନ୍ତି ପତି ପ୍ରମୁଖ ଯୋଗଦେଇଥିଲେ। ଏଥିରେ ୩ନମ୍ବର ଜୋନ ସହିତ ବ୍ଲକର ପ୍ରାୟ ପ୍ରତି ପଞ୍ଚାୟତରୁ ବହୁ ବିଜୁ ଜନତା ଦଳର କର୍ମୀମାନେ ଯୋଗଦେଇଥିଲେ। ଆଜିର ଏହି ଜନସଂପର୍କ ପଦଯାତ୍ରାର ଉଦ୍ୟାପନୀ ଦିବସରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top