ଜିଲ୍ଲା ପରିକ୍ରମା

ଜୈବ ଶୌଚାଳୟ ଅକାମୀ ନୂଆ ରୂପରେ ତୃତୀୟ ବାର ଆରମ୍ଭ, ପ୍ରତିରକ୍ଷା ବିଭାଗର ନବକଳେବର

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୨୦୧୨ ମସିହାରୁ ଧାମରା ଅଂଚଳରେ ବାପୁ ମିଶାଇଲ୍ ନାମରେ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଜୈବ ଶୌଚାଳୟକୁ ଲୋକାର୍ପିତ କରିଥିଲେ। କିନ୍ତୁ ତାହା ଅକାମୀ ହୋଇ ତଳେ ଲୋଟିଥିଲା କିଛି ଦିନ ମଧ୍ୟରେ। ଏହାର ଦ୍ୱିତୀୟ ନବକଳେବର ତତ୍କାଳୀନ ଭଦ୍ରକ ଜିଲାପାଳ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ହାତରେ କରାଯାଇ ଥିବାବେଳେ ଏବେ ପୁଣି ପ୍ରତିରକ୍ଷା ବିଭାଗ ତୃତୀୟ ନବକଳେବର ଆରମ୍ଭ କରିଛି। ଏହି ନବକଳେବର ପରେ ଏହା ଏକ ଉନ୍ନତମାନର ଜୈବ ଶୌଚାଳୟ ଓ ଏହି ଶୌଚାଳୟ ମଧ୍ୟରେ ରଖାଯାଇଥିବା ଜୀବାଣୁ ସହଜରେ ମଳର ଜୀବାଣକୁ ନଷ୍ଟ କରିବା ସହିତ ଏହାକୁ ଦୁର୍ଗନ୍ଧ ମୁକ୍ତ କରିଥାଏ ବୋଲି ଫିକ୍କିର ଆସିଷ୍ଟାଣ୍ଟ ଡାଇରେକ୍ଟର ସୁଶ୍ରୀ ସ୍ୱାତୀ କହିଛନ୍ତି। ଖୁବ୍ କମ୍ ଖର୍ଚ୍ଚରେ ଅଳ୍ପଦିନ ମଧ୍ୟରେ ଦେଶର କୋଣ ଅନୁକୋଣରେ ପହଞ୍ଚିବାକୁ ଯାଉଥିବା ଏହି ଜୈବ ଶୌଚାଳୟ ପରିବେଶକୁ ନିର୍ମଳ ରଖିବ ବୋଲି କର୍ତ୍ତୃପକ୍ଷ କହୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଗତ ୨୦୧୨ ମସିହାହ ଜୁନ୍ ମାସ ୨୪ ତାରିଖ ଦିନ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଡିଆରଡିଓ ଓ ଏଫ୍ଆଇସିସିଆଇଙ୍କ ମିଳିତ ଉଦ୍ୟୋଗରେ ଦେଶର ପ୍ରଥମେ ନିର୍ମିତ ଜୈବ ଶୌଚାଳୟକୁ ଉଦ୍ଘାଟନ କରିବାକୁ ସେତେବେଳର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ, କେନ୍ଦ୍ର ସାର, ରସାୟନ, ପରିସଂଖ୍ୟନ ଓ ଯୋଜନା ସଂପାଦନ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବୈଜ୍ଞାନିକ ପରାମର୍ଶଦାତା ଏବଂ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଚିବ ଡ. ଭିକେ ସାରସ୍ୱତ ଆସି ଏହାର ଗୁରୁତ୍ୱ ଉପକାରିତା ବିଷୟରେ ବୁଝାଇବା ସହ ୧୦ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଦେଶର ୨ ଲକ୍ଷ ୪୦ ହଜାର ଗ୍ରାମାଞ୍ଚଳରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏହି ଜୈବ ଶୌଚାଳୟକୁ ମହାତ୍ମା ଗାନ୍ଧିଙ୍କ ନିର୍ମଳ ଭାରତ ପରିକଳ୍ପନା ସହିତ ତୁଳନା କରି ଏହାକୁ ବାପୁ ମିଶାଇଲ୍ ବୋଲି ଆଖ୍ୟା ଦେଇଥିବାବେଳେ ବୈଜ୍ଞାନିକ ପରାମର୍ଶଦାତା ଏହାକୁ ଦେଶର ଗୁରୁତ୍ୱପୂର୍ଣ୍ଣ ଅଗ୍ନି କ୍ଷେପଣାସ୍ତ୍ର ଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେହିପରି ଏହି ଶୌଚାଳୟ କାର୍ଯ୍ୟକ୍ଷମ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସରକାରଙ୍କ ବିଭିନ୍ନ ପରିମଳ ଯୋଜନା ଉପରେ ପ୍ରଶ୍ନ ଉଠାଇଥିଲେ। ସେତେବେଳେ ଧାମରା ତଥା ଆଖପାଖ ଅଂଚଳରେ ନିର୍ମିିତ ମାତ୍ର ୨/୩ ଟି ଶୌଚାଳୟ ପ୍ରତିଷ୍ଠା କରାଯାଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଦିଆଯାଇଥିବା ବେଳେ ମାତ୍ର ୨ ମାସ ମଧ୍ୟରେ ଏହି ଶୌଚାଳୟ ମଧ୍ୟରେ ଛଡା ଯାଇଥିବା ଜୀବାଣୁ ଗୁଡିକ ନଷ୍ଟ ହୋଇଯାଇଥିଲେ ଓ ପରବର୍ତ୍ତୀ ସମୟରେ ଏହା ସଂପୂର୍ଣ୍ଣ ଅକାମୀ ହୋଇଯାଇଥିଲା। ଏହାର ପୁନରୁଦ୍ଧାର କିମ୍ବା ତଦାରଖ ଠିକ୍ ଭାବରେ ନହେବାରୁ ଠିକ୍ ୪ ବର୍ଷ ପରେ ପୁଣି ପ୍ରତିରକ୍ଷା ବିଭାଗ ପକ୍ଷରୁ ଅନ୍ୟ ଏକ ସହଯୋଗୀ ବ୍ୟବସାୟୀ ପ୍ରତିଷ୍ଠାନ ଫିକ୍ସି ଦ୍ୱାରା ପରୀକ୍ଷାମୂଳକ ଭାବେ ଏହି ଶୌଚାଳୟ ନିର୍ମାଣ ପାଇଁ ପ୍ରୟାସ ଜାରି ରଖିଛି। ଏହା ପୂର୍ବ ନିର୍ମିତ ଜୈବ ଶୌଚାଳୟଠାରୁ ଉନ୍ନତମାନର ଓ ଏହାକୁ ଦୀର୍ଘ ଦିନ ଧରି ବ୍ୟବହାର କରାଯାଇ ପାରିବ ବୋଲି ଫିକ୍କିର ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି। ଗ୍ରାମାଞ୍ଚଳରେ ସ୍ୱଚ୍ଛତା ରକ୍ଷା ଓ ପରିବେଶ ନିର୍ମଳ ରକ୍ଷା କରିବା ଏହି ଶୌଚାଳୟର ମୂଳ ଳକ୍ଷ୍ୟ ବୋଲି ଜଣାଯାଇଛି। ଏହା ପରୀକ୍ଷା ସ୍ୱରୂପ ସଫଳ ହେଲେ ଖୁବ୍ ଶୀଘ୍ର ଦେଶର କୋଣ ଅନୁକୋଣରେ ଏହାର ପ୍ରଚାର ପ୍ରସାଦ ହେବ ବୋଲି ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top