ଓଡ଼ିଶା

ଜୈନ ଗୁରୁ ଆଚାର୍ଯ୍ୟ ଶ୍ରୀ ଶ୍ରବଣଜୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଟିଟିଲାଗଡ଼ ୧୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼କୁ ପଦଯାତ୍ରା କରି କରି ତେରା ପନ୍ଥ ଧର୍ମସଂଘର ଏଗାର ତମ ଆଚାର୍ଯ୍ୟ ମହାନ ସନ୍ଥ ଶାନ୍ତି ଦୂତ, ଅହିଂସା ଯାତ୍ରାର ପ୍ରଣୟନ କର୍ତା ତାଙ୍କ ଧବଳ ବାହିନୀ ସହ ଟିଟିଲାଗଡ ପହଞ୍ଚିଛନ୍ତି। ତିନିଦିନ ଧରି ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ଉପସ୍ଥିତ ରହି ପ୍ରବଚନ ଦେବା ଆୟୋଜନ କରାଯାଇଛି। ପଦଯାତ୍ରା କରି ଆସିବା ବାଟରେ ବିଭିନ୍ନ ସ୍ଥାନରେ ଏହି ଧର୍ମ ଗୁରୁଙ୍କୁ ଭକ୍ତିପୂତ ଭାବେ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ହାଟପଦାଠାରେ ଶୁଭ୍ରାଂଶୁ ଦାସ, ମୋତିଲାଲ ଅଗ୍ରୱାଲ, ତ୍ରିନାଥ ସରାଫ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାର ସ୍ୱାଗତ କରି ସ୍ଥାନୀୟ ମା ଘଣ୍ଟାଶୁଣୀ ମନ୍ଦିର ଦର୍ଶନ କରିଥିଲେ। ବିପୁଳ ଜନ ସମାଗମ ଓ ପଦଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥାନା ଅଧିକାରୀ ବିଜୟା ନନ୍ଦ କର ସଦଳବଳେ ନେତୃତ୍ୱ ନେଇଥିଲେ। ଶାନ୍ତି,ସଦଦ୍ଭାବନା ଓ ନିଶା ମୁକ୍ତି ଅଭିଯାନ ନେଇ ଆରମ୍ଭ ଏହି ପଦଯାତ୍ରାରେ ଜୈନ ସମ୍ପ୍ରଦାୟ ସହ ସମସ୍ତ ସମ୍ପ୍ରଦାୟର ସବୁ ବର୍ଗ ସାମିଲ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top