ଓଡ଼ିଶା

ଜେ କେ ପୁରରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା ୨୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – କିଛି ଦିନର ନିରବତା ରାୟଗଡା ଜିଲ୍ଲାରେ ପୁଣି ଥରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାୟଗଡା ସହର ଠାରୁ ୧୦ କି.ମି ଦୂରରେ ଥିବା ଜେ.କେ ପୁରରେ ଏହି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜେ କେ ପୁର ବି ସି ରୋଡର ମୁକ୍ତା ସାହିର ହରିହର ଶତପଥି ଙ୍କ ଝିଅ ଅଭିପ୍ସା(୧୨) ବର୍ଷ ର ଦେହ ଅସୁସ୍ଥ ହେବାରୁ ସେ ରାୟଗଡାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ସେ ଡେଙ୍ଗୁ ରେ ପିଡିତ ବୋଲି ଜଣା ପଡିଥିଲା। ତେବେ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ଡାକ୍ତର ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ ପରିବାର ଲୋକେ ଅଭିପ୍ସାଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ ନିକଟସ୍ଥ ନେଲିମାରେଲା ମହାରାଜା ମେଡିକାଲ କଲେଜରେ ଭର୍ତି କରିଥିଲେ। ବର୍ତମାନ ସେ ସେଠାରେ ଆଇସିୟୁ ରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ପରିବାର ଲୋକେ ସୂଚନା ଦେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷା କରାଯାଉ ନ ଥିବା ଯୋଗୁଁ ଲୋକେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି। ଗତ କିଛି ଦିନ ତଳେ ରାୟଗଡା ସହର ଠାରୁ ମାତ୍ର ୫ କିମି ଦୂରରେ ଥିବା ବି.ଏନ.ପୁର ରେ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲିଚିଙ୍ଗ ପକାଇ ଡ୍ରେନେଜ ସଫା କରିଥିଲେ କିନ୍ତୁ ଡେଙ୍ଗୁ ଭଳି ଏକ ମାରାତ୍ମକ ରୋଗ କୁ କିପରି ସମୁଳେ ନାଶ କରାଯାଇ ପାରିବ ତାହା ସହ ଡେଙ୍ଗୁ ରୋଗୀଙ୍କୁ କିପରି ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରି ତାହା ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିବା ଜଣା ପଡିଛି। ତେଣୁ ବର୍ତମାନ ଠାରୁ ପ୍ରଶାସନ ସଚେତନ କରାଇବା ସହ ଓ ସଜାଗ ରହିଲେ ଡେଙ୍ଗୁ ଭଳି ମାରାତ୍ମକ ରୋଗକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top