ଓଡ଼ିଶା

ଜେ.ଏନ୍. ୟୁରେ ସାରଳାଦାସ ଓଡିଆ ଚେୟାର ପକ୍ଷରୁ କ୍ଲାସିକ ଓଡିଆ ସାହିତ୍ୟ ସମ୍ପର୍କରେ ଆଲୋଚନା ଚକ୍ର

ନୂଆଦିଲ୍ଲୀ, ୪/୬(ଓଡିଆ ପୁଅ) ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହୁରୁ ବିଶ୍ୱବିଦ୍ୟାଳୟ ଭାରତୀୟ ଭାଷା କେନ୍ଦ୍ରରେ ଆଦିକବି ସାରଳାଦାସ ଓଡିଆ ଚେୟାର ତରଫରୁ ‘କ୍ଲାସିକ ଓଡିଆ ସାହିତ୍ୟ-ଏକ ଅଧ୍ୟୟନ’ ଶୀଷର୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱ ବିଦ୍ୟାଳୟ ରେକ୍ଟର ପ୍ରଫେସର ଚିନ୍ତାମଣି ମହାପାତ୍ର ଅଧ୍ୟକ୍ଷତା କରି ସେଠାରେ ସାରଳାଦାସ ଚେୟାର ମାଧ୍ୟମରେ ଓଡିଆ ପାଠ୍ୟକ୍ରମର ଆବଶ୍ୟକତା ଓ ତାହାର ପରିପ୍ରକାଶ ପ୍ରତି ଦୃଷ୍ଟିପାତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଡକ୍ଟର ବିଜୟ ନନ୍ଦ ସିଂହ ଓଡିଆ ଚେୟାରର ଏଭଳି ଉଦ୍ୟମକୁ ପ୍ରଂଶାସା କରିବା ସହିତ ଅଣ ଓଡିଆ ଛାତ୍ରଛାତ୍ରୀ ଓଡିଆଭାଷା ଓ ସାହିତ୍ୟ ସମ୍ପର୍କରେ କିପରି ଅବଗତ ହୋଇପାରୁଛନ୍ତି ତାହା ବୁଝାଇଥିଲେ। ସୁନାମଧନ୍ୟ ଲେଖିକା ଇଣ୍ଡିଆନ ଲିଟେରଚର୍ ର ପୂର୍ବତନ ସମ୍ପାଦିକା, ପ୍ରଫେସର ଯଶୋଧାରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ସମ୍ପର୍କରେ ଆଲୋଚନା କରି ଏହି ପୂରାଣ ଓଡିଆ ସାହିତ୍ୟର ଅନ୍ୟନ ସୃଷ୍ଠି ବୋଲି ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ପୌରୁଷ ପତ୍ରିକାର ସହ ସମ୍ପାଦକ ତଥା ଉତ୍କଳ ସାହିତ୍ୟ ସମାଜର ସାଧରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଆଦିକବି ସାରଳାଦାସ ଚେୟାର ପ୍ରଫେସର ଉଦୟନାଥ ସାହୁ ସ୍ୱାଗତ ଭାଷଣ ପୂର୍ବକ ଭିତିପ୍ରବନ୍ଧ ପାଠ କରିଥିଲେ।ଏହାକୁ ଓଡିଆ ସଂସ୍କୃତିକ ପରିଷଦର ଭାଗ୍ୟଧର ସେଠୀ, ତନଭିଶ ପାତ୍ର ପରିଚାଳନା କରିଥିବା ବେଳେ ଏଥିରେ ବହୁ ପ୍ରଫେସର, ଗବେଷକ, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top