କେନ୍ଦ୍ରାପଡ଼ା

ଜେସିବି ମେସିନ ଦ୍ୱାରା ଚାଲିଛି ଏନ.ଆର.ଇ.ଜି.ଏସ.ପ୍ରକଳ୍ପ କାର୍ଯ୍ୟ ଲକ୍ଷ ଲକ୍ଷ ଟଙ୍କା ହଡପ ପାଇଁ ମସୁଧା

କେନ୍ଦ୍ରାପଡା ୧୪/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ରାଜ୍ୟ ସରକାର ଶ୍ରମିକମାନଙ୍କୁ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବାପାଇଁ ବ୍ୟବସ୍ଥା ରଖିଥିବାବେଳେ ଶ୍ରମିକମାନଙ୍କୁ ନଲଗାଇ ଜେସିବି ମେସିନ୍ ଦ୍ୱାରା ପୋଖରୀଖୋଳା ହେଉଅଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ ପଂଚାୟତର ସାରଙ୍ଗ ମୈାଜାର ସାରଙ୍ଗ ପଡିଆରେ ମହାମ୍ôାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) ରେ ମେସିନ ଦ୍ୱାରା ପୋଖରୀ ଖୋଳାକାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ପ୍ରାୟ ୨୫ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି ପୋଖରୀ ଖୋଳା କାର୍ଯ୍ୟ ମେସିନ୍ ମାଧ୍ୟମରେ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ ସଂପୃକ୍ତ ପଂଚାୟତର ନିର୍ବାହୀ ଅଧିକାରୀ ନୃସିଂହ ଚରଣ ନାୟକଙ୍କୁ ଏ ସଂପର୍କରେ ପଚାରିବାରେ ସେ କୁହନ୍ତି ଯେ ପ୍ରାୟ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଖେଳ ପଡିଆର ଉନ୍ନତି କରଣ କାର୍ଯ୍ୟ ସେଠାରେ ମେସିନ୍ ମାଧ୍ୟମରେ କରାଯାଉଛି । ଉକ୍ତ ସ୍ଥାନଟି ଗୋଚର କିସମ ହୋଇଥିବାରୁ ସରକାରୀ ନିୟମାନୁଯାୟୀ ଏହି ଗୋଚର ଜମିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ ତହସିଲରୁ ଅନୁମତି ଆଣିବା କଥା । କିନ୍ତୁ କେନ୍ଦ୍ରାପଡା ତହସିଲଦାର ଡଃ. ହେମଲତା ବାହାଲିଆଙ୍କୁ ଏ ବିଷୟରେ ପଚାରିବାରୁ ତହସିଲରୁ କୈାଣସି ଅନୁମତି ଦିଆଯାଇନଥିବା ସେ ପ୍ରକାଶ କରିଛନ୍ତି । ଏଥିସହିତ ଯେଉଁ ଜାଗାରେ ମେସିନ୍ ଦ୍ୱାରା ପୋଖରୀ ଖୋଳାଯାଉଛି ତାହା ମଧ୍ୟରୁ କିଛି ଅଂଶ ଜଳସେଚନ ବିଭାଗର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଜଳସେଚନ ବିଭାଗରୁ ମଧ୍ୟ କୈାଣସି ଅନୁମତି ଅଣାଯାଇନଥିବା ଜଣାପଡିଛି । ଉକ୍ତ ଯାଗାଟି କେନ୍ଦ୍ରାପଡା – ଗଣ୍ଡାଖିଆ ରାସ୍ତା କଡରେ ଅବସ୍ଥିତ ଥିବାରୁ ଭବିଷ୍ୟତରେ ରାସ୍ତା ପ୍ରଶସ୍ତୀକରଣ ହେଲେ ଖୋଳାଯାଉଥିବା ପୋଖରୀଟି ଅସୁବିଧା ସୃଷ୍ଟି କରିବ । ସରକାରୀ ନୀତି ନିୟମକୁ ସଂପୂର୍ଣ୍ଣ ଉଲ୍ଲଘଂନ କରାଯାଇ ବେଆଇନ୍ ଭାବେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ବ୍ଲକର ବିଭିନ୍ନ ପଂଚାୟତରେ ପୂର୍ବରୁ ମେସିନ୍ ଦ୍ୱାରା ବେଆଇନ୍ ଭାବେ ଏନ୍.ଆର୍.ଇ.ଜି.ଏସ୍ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବାର ଅନେକ ଅଭିଯୋଗ ହୋଇଆସିଛି ଏବଂ ତଦନ୍ତରେ ମଧ୍ୟ ସତ୍ୟତା ପ୍ରମାଣିତ ହୋଇଛି । ଏସବୁ ସତ୍ୱେ ପୁନର୍ବାର ଏଭଳି ବେଆଇନ୍ କାର୍ଯ୍ୟ କରାଯିବା ପଛରେ କାହାର ହାତ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ନିର୍ମାଣ ଚାଲିଥିବା ପ୍ରକଳ୍ପ କାର୍ଯ୍ୟକୁ ତଦନ୍ତ କରାଯାଇ ଗୋଚର ଜମିକୁ ସୁରକ୍ଷିତ ରଖିବାକୁ ଜିଲ୍ଲା ପ୍ରଶାସନ ନିକଟରେ ସାଧାରଣରେ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top