ଓଡ଼ିଶା

ଜେସିବିକୁ ଧକ୍କା ଦେଲା ଏରନାକୁଲମ ହାୱଡା ଅନ୍ତଦୟ ଏକ୍ସପ୍ରେସ୍, ୪ ଗୁରୁତର, ଗେଟ୍ କିପର ନିଲମ୍ବିତ

ଯାଜପୁର ୯ ମଇ (ଓଡିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ହରିଦାସପୁର-ଗଡମଧୁପୁର ରେଳ ଷ୍ଟେସନ୍ ମଧ୍ୟବିର୍ତ୍ତ ଛେଳିଆପଦା ରେଳ ଫାଟକ ନିକଟରେ ବୁଧବାର ସକାଳ ପ୍ରାୟ ୧୦.୩୦ମିନିଟ୍ରେ ଗେଟ୍ ମଝିରେ ଏକ ଜେସିବିର ତେଲ ସରିଯିବାରୁ ଟ୍ରାକ୍ ଉପରେ ଛିଡା ହୋଇଥିବା ବେଳେ କଟକ ପଟୁ ଯାଜପୁର ରୋଡ ଆଡକୁ ଯାଉଥିବା ଏରନାକୁଲମ ହାୱାଡା ଅନ୍ତଦୟ ଏକ୍ସପ୍ରେସ୍ (ନଂ ୨୨୮୭୮) ଟ୍ରେନ୍ଟି ତାକୁ ଧକ୍କା ଦେଇଥିଲା। ଫଳରେ ଏଥିରେ ଥିବା ବହୁ ଯାତ୍ରୀ ମଧ୍ୟରୁ ୨୦ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ୱଷ୍ଟେ ବେଙ୍ଗଲ ରାଜ୍ୟ ମୁର୍ସିଦାବାଦ ଜିଲ୍ଲା ଲାଲାବାଗ ଥାନା ଅନ୍ତର୍ଗତ ଲାଲାବାଗସିଂହପୁର ଗ୍ରାମର ତାପସ ନନ୍ଦ(୨୦) ଏବଂ ଏହି ଜିଲ୍ଲା ରାଣିନଗର ଥାନା ଆରମାରି ଗ୍ରାମର ନାସିରୁଦ୍ଧିନ ଇସଲାମ(୩୦) ଦୁଇଜଣ ଯାତ୍ରୀ ରହିଥିବା ବେଳେ ଟ୍ରେନର ଗାଡି ଚାଳକ ଏବଂ ସହକାରୀ ଚାଳକ ରହିଥିବା ଜଣାଯାଇଛି। ସମସ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା। ଏହି ଘଟଣାରେ ରେଳବିଭାଗ ପକ୍ଷରୁ ଗେଟ୍ କିପର ଯଶୋବନ୍ତ ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। ତେବେ ଦୃର୍ଘଟଣା ପରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାରେ ବହୁ ଅସୁବିଧା ହେବା ସହିତ ଏହି ରୁଟ୍ ଦେଇ ଯାତାୟତ ହେଉଥିବା ଅନ୍ୟାନ ସମସ୍ତ ଟ୍ରେନ୍ ଗୁଡିକୁ ପାଖାପାଖି ୪ଘଂଟା ଧରି ବାତିଲ କରାଯାଇଥିଲା। ପରେ ଅନ୍ୟ ଏକ ଜେସିବି ଏବଂ ଟ୍ରେନ୍ ମେକାନିକାଲ ଟିମ୍ ଘଟଣାସ୍ଥଳରେ ପଂହଚି ଗାଡିକୁ ଟ୍ରାକ୍ ମଧ୍ୟରୁ ହଠାଇଥିଲେ। ତେବେ ପୋଲିସ ଏବଂ ଦମକଳ ବାହାନି ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସୂଚନା ଥାଉକି ଏହି ରୁଟ୍ରେ ଥିବା ଗେଟ୍ କିପର ମାନେ ବହୁ ପୂର୍ବରୁ ଗେଟ୍ ପକାଇଦେଇ ଗେଟ୍ ରୁମ୍ ଭିତରେ ବସି ରହିଥାନ୍ତି। ଆଜି ବି ସେଭଳି ଭାବରେ ଗେଟ୍ ଖୋଲା ରଖିଥିବା ବେଳେ ଜେସିବି ଆରପଟକୁ ଯିବାକୁ ଉଦ୍ୟମ କରିଥିଲା। ହେଲେ ଟ୍ରାକ୍ ମଧ୍ୟରେ ଗାଡିରୁ ତେଲ ସରିଯିବାରୁ ଗାଡି ଟ୍ରାକ୍ ମଧ୍ୟରେ ଅଟକି ରହିଥିଲା। ଏହାକୁ ମଧ୍ୟ ନଦେଖି ଗେଟ୍କିପର ଗେଟ୍ ପକାଇଦେଇ ଆଉ ଗାଡି ରହିଛିକି ନାହିଁ ତନଖି କରିନଥିଲା। ଫଳରେ ଆଜିର ଦୃର୍ଘଟଣା ଘଟିଲା ବୋଲି ସାଧରଣରେ ଆଲୋଚନା ଚାଲିଛି। ତେବେ ଏକ ବଡଦୃର୍ଘଟଣାରୁ ଟ୍ରେନ୍ ଟି ଭର୍ତ୍ତି ଯାଇଥିବା ଜଣାଯାଇଛି। ବରିଷ୍ଠ ଅଧିକାରୀ ମାନେ ଦୃର୍ଘଟଣା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top