ଓଡ଼ିଶା

ଜେଲ୍ ରୁ ମୁକୁଳୁବେ ସାନ ଖେମୁଣ୍ଡିର ପୂର୍ବତନ ବାହୁବଳୀ ବିଧାୟକ ରମେଶ ଜେନା

ଆସିକା ୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଜେଲ୍ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର ତଥା ସାନ ଖେମୁଣ୍ଡି ର ପୂର୍ବତନ ବାହୁବଳୀ ବିଧାୟକ ରମେଶ ଜେନା। ଆଜି ତାଙ୍କୁ ଏସଡିଜିଏମ କୋର୍ଟରୁ ମିଳିଛି ଜାମିନ। ପୋଲିସ ତାଙ୍କ ନାଁ ରେ ଲଗାଇଥିଲା ୪୦ ରୁ ଉର୍ଦ୍ଧ କେସ। କେତେକ କେସରେ ନିର୍ଦୋଷରେ ସେ ଖଲାସ ହୋଇଥବା ବେଳେ ଆଉ କେତୋଟି କେସ ରେ ତାଙ୍କୁ ପୂର୍ବରୁ ଜାମିନ ମିଳିସାରିଥିଲା। ମାତ୍ର ଗୋଟିଏ କେସରେ ଜାମିନ ମିଳିନଥିବାରୁ ସେ ଦୀର୍ଘଦିନ ଧରି ଜେଲ ରେ ଥିଲେ। ଆଜି ମଧ୍ୟାହ୍ନରେ ତାଙ୍କୁ ଏସଡିଜିଏମ କୋଟରୁ ମିଳିଛି ଜାମିନ।

ସୂଚନା ମୁତାବକ, ରବିବାର ଦିନ ଜେଲରୁ ବାହାରିବେ ସାନ ଖେମୁଣ୍ଡି ର ପୂର୍ବତନ ବିଧାୟକ ରମେଶ ଜେନା। ଏନେଇ ଗଞ୍ଜାମ ରାଜନୈତିକ ମହଲ ସରଗରମ ହୋଇଉଠିଛି। ରମେଶ ଜେଲରୁ ମୁକୁଳିଲା ପରେ ବିଜେଡିରେ ଯୋଗ ଦେବେ ବୋଲି ପୂର୍ବରୁ ଖୁବ ଚର୍ଚ୍ଚା ହେଉଥିଲା। କାରଣ ରମେଶଙ୍କ ସମର୍ଥିତ, ବ୍ରହ୍ମପୁରର ୫ ରୁ ଉର୍ଦ୍ଧ୍ବ କର୍ପୋରେଟର ବିଜେଡିରେ ଯୋଗ ଦେଇସାରିଛନ୍ତି।

ସେହିପରି ରମେଶ ବିଜେଡିରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲାରେ ଦଳ ଅପରାଜେୟ ହେବା ସହ ଜିଲ୍ଲାରେ କଂଗ୍ରେସ ତା’ର ସ୍ଥିତି ହରାଇବା ଏକ ପ୍ରକାର ନିଶ୍ଚିତ। କାରଣ କିଛି ଦିନ ପୂର୍ବରୁ ଜିଲ୍ଲାର ତିନି ନେତା ଚନ୍ଦ୍ର ଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ନବୀନଙ୍କ କ୍ୟାମ୍ପକୁ ଲମ୍ଫ ଦେଇ ସାରିଛନ୍ତି।

ରାଜ୍ୟ କଂଗ୍ରେସର ପିସିସି ସଭାପତି ପରିବର୍ତ୍ତନ ହେବାପରେ କଂଗ୍ରେସ ଶିବିର ଚଳ ଚଞ୍ଚଳ ହୋଇଉଠିଛି। ଗଞ୍ଜାମ ରେ ଲୁପ୍ତ ହେଉଥିବା କଂଗ୍ରେସର ସତ୍ତା କୁ ନୂଆ କରି ମଙ୍ଗ ଧରିଥିବା ସଭାପତି ନିରଞ୍ଜନ ପଟ୍ଟନାୟକ ଗଞ୍ଜାମ ଟାଇଗର ଙ୍କ ହାତ ଧରି କଂଗ୍ରେସ କୁ ମଜଭୁତ କରିବେ ନା ତାଙ୍କ ହାତ ଛାଡ଼ି ଗଞ୍ଜାମ ରେ କଂଗ୍ରେସ ଲୁପ୍ତ କରାଇବେ ତାହା ଦେଖିବା ବାକି ରହିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top