ad
ଅପରାଧ

ଜେଲରେ ମିଥ୍ୟା ଖବରକୁ ନେଇ ଦୋକାନ ଭଙ୍ଗା ରୁଜ୍ଜା ମାରପିଟ, ୨ ଆହତ

ଭୁବନେଶ୍ୱର/ଯାଜପୁର୧୧ ।୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ):ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ଛକ(ହାଟସାହି)ରେ ଆଜି ଦୋକାନ ଭଙ୍ଗାରୁଜ୍ଜା ସହ ୨ଜଣଙ୍କୁ ମାଡମାରି ଆହତ କରିବା ଓ ଅନ୍ୟ ଜଣେ ଦୋକାନୀକୁ ଗ୍ରାମକୁ ଟେକି ନେଇ ଅଟକ ରଖିବା ସହ ଜାତୀୟ ରାଜପଥ ଅବରୋଧ କରିବାର ମସୁଧା କରୁଥିବା ବେଳେ ଘଟଣାସ୍ଥଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆହତ ମାନଙ୍କୁ ମେଡିକାଲ ପଠାଇଛି । ଗୋଳେଇପୁର ପଂଚାୟତର ସାନ ବିରୁହାଁ ଗ୍ରାମର ହଗୁରୀ ମାଝୀଙ୍କ ପୁଅ ସୁବାସ (୩୫) ଓ ତେଲିଆ ଗ୍ରାମର ଫକିର ସାହୁଙ୍କ ପୁଅ ସିପୁନ(୧୯) ରବିବାର ଏକ ଚୋରୀ ମାମଲାରେ ଲୋକମାନଙ୍କ ଦ୍ୱାରା ଧରାପଡି ଜେଲ ଯାଇଥିବା ବେଳେ ଅଭିଯୁକ୍ତ ସୁବାସର ଜେଲରେ ମୃତୁ୍ୟ ହେବାର ମିତ୍ୟା ପ୍ରଚାର ହେବା କ୍ଷଣି ସାନବିରୁହଁ(ଟିକର) ଗ୍ରାମର ଲୋକମାନେ ଆସି ହାଟସାହି ଛକରେ ଏକଜୁଟ ହୋଇଥିଲେ । ଉତ୍ୟକ୍ତ ଲୋକମାନେ କିଛି ସଠିକ ଘଟଣା ନଜାଣି ଗୁଜବକୁ ବିଶ୍ୱାସ କରି ମାରପିଟ ଆରମ୍ଭ କରିଥିଲେ । ଦୁଇ ତିନୋଟି ଦୋକାନରେ ଭଙ୍ଗା ରୁଜ୍ଜା କରିବା ସହ ମୁଖ୍ୟତଃ ଏ.କେ ଟ୍ରେର୍ଡସ ଉପରେ ଆକ୍ରମଣ କରିଥିଲେ । କାଚ ଭଙ୍ଗା ଭଙ୍ଗି ସହ ଜିନିଷ ପତ୍ର, ଗ୍ୟାସ ଟାଙ୍କି, ବାଇକ, ପରିବା ଆଦି ଭଙ୍ଗାରୁଜ୍ଜା କରିଥିଲେ । ସେମାନଙ୍କ ଅକ୍ରମଣରେ ଏ.କେ ଟ୍ରେର୍ଡସର ମାଲିକ ମିର୍ଜ୍ଜା ଆଦିଲ ବେଗ ଓ ମ୍ୟାନେଜର ଜୟନ୍ତ କୁମାର ରଣା ଆହତ ହୋଇଥିଲେ । ଉଭୟଙ୍କ ମୂଣ୍ଡଫାଟିବା ଯୋଗୁ ଲହୁଲୁହାଣ ହୋଇଥିଲେ । ସେତିକିରେ ମନଶାନ୍ତି ହୋଇନଥିଲା ଯେ ସାଇକେଲ ଦୋକାନ କରିଥିବା ଶଗଡି ଗ୍ରାମର ମିର୍ଜ୍ଜା ଅଜମିର ବେଗଙ୍କୁ ଉଠାଇ ନେଇ ଟିକର ଗ୍ରାମରେ ଅଟକ ର୍ଖିଥିଲେ । ପାଣିକୋଇଲି ଥାନା ସମେତ ଫୋର୍ସ ଓ ଉପ ଆରକ୍ଷôଅଧିକ୍ଷକ ଅକ୍ଷୟ କୁମାର ଦାସ ଘଟଣାସ୍ଥଳେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ରାଜପଥ ଅବରୋଧ ନକରିବାକୁ କହିବା ସହ ରଗଡିସ୍ଥିତ ଯାଜପୁରରୋଡ ଉପକାରାଗାର ଜେଲ ସୁପରିଟେଣ୍ଡଟ ସହ କଥା ହୋଇ ଅଭିଯୁକ୍ତ ସୁବାସ ସହ ତାଙ୍କ ଗ୍ରାମଲୋକଙ୍କୁ ଫୋନ ଯୋଗେ କଥାବାର୍ତା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ପୁଲିସ ଟିକର ଗ୍ରାମକୁ ଯାଇ ଅଟକ ଅଜମିରକୁ ଉଦ୍ଧାର କରି ଥାନାକୁ ଆଣିଥିଲା ।ହେଲେ ଗୁଜବକୁ ନେଇ ଘଟିଥିବା ପରିସ୍ଥିତିକୁ ସାଧାରଣରେ ନିନ୍ଦା କରାଯାଇଛି । କିଛି କାରଣ ନଥାଇ ଗୁଜବକୁ ବିଶ୍ୱାସ କରି ମାରପିଟ ଓ ଭଙ୍ଗାରୁଜ୍ଜା କରିବା ସହ ଦୋକାନୀକୁ ଦିନଦ୍ୱିପ୍ରହରରେ ସର୍ବସାଧରଣରେ ଉଠାଇନେବା ଭଳି ଅପ୍ରିତିକର ପରିସ୍ଥିତି ଘଟାଇଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top