ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

କୋରାପୁଟ ;ତା୨୬-୧୨-୧୭(ଓଡିଆ ପୁଅ/ରଂଜନ କୁମାର ଦାସ) ସୋମବାର ରାତିରେ କୋରାପୁଟ ମଣ୍ଡଳ କାରାଗାରରେ ଜଣେ ବିଚାରଧାନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା କର୍ତମ ମାଉଡି ଗ୍ରାମର ଦେଓ ଖରା ବୋଲି ଜଣା ପଡିଛି। ୨୦୧୭ ଅଗଷ୍ଟ ମାସରୁ ମୃତ ଦେଓ ଖରା ଏକ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲରେ ବିଚାରଧୀନ କଏଦୀ ଭାବେ ରହୁଥିଲେ। ଜ୍ୱରରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜେଲ ପକ୍ଷରୁ କୁହା ଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *