ad
ଓଡ଼ିଶା

ଜେନେରାଲ ଷଢ଼ନ୍ତୁ ଗରମରେ,ଆମେ ବସିବୁ ଏସିରେ…

ଭୁବନେଶ୍ୱର ୧୮ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆଜି ବି ସଚେତନତା ଅଭାବରୁ ସାଧାରଣ ଲୋକମାନେ ଅନେକ ଅଧିକାରରୁ ବଞ୍ଚିତ ହୁଅନ୍ତି।ଯଦି ବି କେହି ସଚେତନ ଥାଏ,ତେବେ ବି ଅନେକଙ୍କର ଅଧିକାର ସାବ୍ୟସ୍ତ କରିବାର ସାହସ ବା ଇଚ୍ଛା ନଥାଏ।କିନ୍ତୁ କିଛି ବି ଥାଆନ୍ତି ଯେଉଁମାନେ ସଚେତନ ତ’ ଥାଆନ୍ତି ତା’ସାଙ୍ଗରେ ଅଧିକାର ମଧ୍ୟ ସାବ୍ୟସ୍ତ କରନ୍ତି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ପଲାସା ରେଳ ଷ୍ଟେସନରେ।ଅଧିକାର ସାବ୍ୟସ୍ତ କରିଛନ୍ତି ଜଣେ ଯୁବତୀ,ହାସଲ ମଧ୍ୟ କରିଛନ୍ତି।ଏବଂ ଲୋକଙ୍କ ଭିତରେ ଏପରି ସଚେତନତା ସୃଷ୍ଟି ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଘଟଣାଟି ପଲାସା ରେଳ ଷ୍ଟେସନର।ଅସହ୍ୟ ଗରମ ହେଉଥାଏ।ଷ୍ଟେସନରେ ଥିବା ଫ୍ୟାନ ଗୁଡିକ ବନ୍ଦ ଥାଏ।ସାଧାରଣ ବର୍ଗର ଟିକେଟ କରିଥିବା ଏହି ଯୁବତୀ ଜଣଙ୍କ ଏ ନେଇ ଅଭିଯୋଗ କଲେ।

ତେବେ କର୍ତ୍ତୃପକ୍ଷ କହିଲେ ଯେ,ଟ୍ରେନ ଆସିବାର ୧୦ ମିନିଟ ପୂର୍ବରୁ ଫ୍ୟାନ ଲାଗିବ।ଷ୍ଟେସନ ମାଷ୍ଟର ଏଇଟା ନିୟମ ବୋଲି କହିଲେ।ଏହାପରେ ଯୁବତୀ ଜଣଙ୍କ ଯୁକ୍ତତର୍କ କରିବାରେ ୧୦ ମିନିଟ ପରେ ସବୁ ଫ୍ୟାନ ଚାଲୁକଲେ।ଷ୍ଟେସନରେ ଥିବା ଅଧିକାରୀ,ରିଜରଭେସନ ଟିକେଟଧାରୀ ଏସି,ଫ୍ୟାନ ଲଗାଇ ରହୁଥିବା ବେଳେ ସାଧାରଣ ବର୍ଗ କ’ଣ ଗରମରେ ଷଢ଼ିବେ ନେଇ ସେ ପ୍ରଶ୍ନ ଉଠାଇଥିଲେ।ଏବଂ ନିଜର ଅଧିକାର ମଧ୍ୟ ସାବ୍ୟସ୍ତ କଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top