ଓଡ଼ିଶା

ଜେକେ କାଗଜ କଳ ସହ ତ୍ରିପାକ୍ଷିକ ଆଲୋଚନା ବିଫଳ: ଶ୍ରମିକ ସଂଗଠନ ପକ୍ଷରୁ କରାଯିବ ଶାନ୍ତିପୂର୍ଣ୍ଣ ଧର୍ମଘଟ

ରାୟଗଡା/୨୩/୮/୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ): ବିଫଳ ହେଲା ତ୍ରିପାକ୍ଷିକ ଆଲୋଚନା। ଆସନ୍ତାକାଲି ୨୪ତାରିଖ ସକାଳୁ ଆରମ୍ଭ ହେବ ଶ୍ରମିକ ସଂଗଠନର ଧର୍ମଘଟ। କାରଖାନାକୁ ଅଚଳ କରାଗଲେ ପ୍ରଭାବିତ ହୋଇପାରେ କୋଟି କୋଟି ଟଙ୍କାର ଉତ୍ପାଦନ। ପୂର୍ବ ନିର୍ଦ୍ଧାରିତ ନିଷ୍ପତିନୁଯାୟୀ ଗୁରୁବାର ଅପରାହ୍ନରେ ଜେକେ କାଗଜ କଳ କର୍ତୁପକ୍ଷ, ଜେକେ ପେପର ମିଲ୍ ଏମ୍ପ୍ଳୋଇଜ ସଂଘ ଓ କଂଟ୍ରାକ୍ଟ ଶ୍ରମିକ ସଂଘ ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନାରେ ଶ୍ରମିକଙ୍କ ଦାବିକୁ କମ୍ପାନୀ କର୍ତୁପକ୍ଷ ପୂରଣ କରି ନ ପାରିବା ପାଇଁ କହିଥିବା ବେଳେ ଏହି ସମ୍ବନ୍ଧୀୟ ଏକ ସିଭିଲ ସୁଟ୍ କେସ ଅଦାଲତରେ ବିଚାରଧୀନ ରହିଥିବା ଯୋଗୁଁ ରାଏ ପ୍ରକାଶ ପାଇବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ବୈଠକରେ ଉପସ୍ଥିତ କମ୍ପାନୀ କର୍ତୁପକ୍ଷମାନେ ନିଜ ଉତର ରଖିଛନ୍ତି। ଅନ୍ୟପକ୍ଷରେ ଶ୍ରମିକ ସଂଗଠନ ପକ୍ଷରୁ କମ୍ପ୍ାନୀର ଏହା ମନମୁଖୀ କାର୍ଯ୍ୟକଳାପ ହୋଇଥିବା ଯୋଗୁଁ ପୂର୍ବ ନିଷ୍ପତି ପ୍ରକାରେ ଆସନ୍ତାକାଲି ଠାରୁ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ଆରମ୍ଭ କରିବେ ବୋଲି ଶ୍ରମିକ ନେତାମାନେ ପ୍ରକାଶ କରିଛନ୍ତି। ସେହିପରି ଉଭୟ ପକ୍ଷଙ୍କ ଆଲୋଚନାକୁ ଦୃଷ୍ଟିରେ ରଖି ପଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି। ରାୟଗଡା ଜିଲ୍ଳାର ଜେକେପୁର ସ୍ଥିତ ଜେକେ କାଗଜ କଳ କାରଖାନାରେ ଦୀର୍ଘ ୪ମାସ ଧରି ଶ୍ରମିକ ଅଶାନ୍ତି ଚାଲୁ ରହିଛି। ପ୍ରଶାସନ ଓ କମ୍ପାନୀ କର୍ତୁପକ୍ଷଙ୍କ ତରଫରୁ ଶ୍ରମିକ ସଂଗଠନର ବିଭିନ୍ନ ଦାବିକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୈାଣସି ନିଷ୍କର୍ସ ବାହାରି ପାରିନାହିଁ। ଶ୍ରମିକ ସଂଗଠନ ତରଫରୁ ଜେକେ କମ୍ପାନୀରେ କାମ କରୁଥିବା ୪ହଜାର ଠିକା ଶ୍ରମିକମାନଙ୍କୁ କମ୍ପାନୀ କର୍ତୁପକ୍ଷ ଓ ଠିକାଦାରମାନେ ଶୋଷଣ, ନିର୍ଯ୍ୟାତନା, ଚାକିରିରୀ ବାହାର କରିବା, ଟ୍ରେଡ ୟୁନିୟନ କରାଇ ନ ଦେବା ଏବଂ ଶ୍ରମିକଙ୍କ ଅଗୋଚରରେ ଉପଯୁକ୍ତ ଦରମା ନ ଦେଇ ସର୍ବନିମ୍ନ ମଜୁରୀ ଦେଇ ୨.୫ଟନରୁ ୪ଟନରୁ ୪.୭୫କିଲୋକୁ କାର୍ଯ୍ୟଭାର ବଢାଇ ସର୍ବନିମ୍ନ ମଜୁରୀକୁ ନେଇ ମନିଇଚ୍ଛା ଚିକ୍ତିନାମା କରିବା ସହ ଶ୍ରମିକମାନଙ୍କ ଯର୍ଥାଥ ଦାବିକୁ ନ ମାନି ବାରମ୍ବାର ଧମକାଇ, ଡରାଇ କମ୍ପାନୀ କର୍ତୁପକ୍ଷ ଯେଉଁ ଅତ୍ୟାଚାର ଓ ଶୋଷଣ ଚଳାଇଛନ୍ତି ତା ବିରୁଦ୍ଧରେ ଶ୍ରମିକ ପ୍ରତିବାଦ କରିଥିବା ଜଣାଇଥିବା ବେଳେ ଏ ସଂକ୍ରାନ୍ତରେ ରାୟଗଡା ଜିଲ୍ଳାପାଳ ଓ ଏସ.ପି.ଙ୍କୁ ଅବଗତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକମାନେ ଅନୁରୋଧ କରିଥିବା ସୂଚନା ମିଳିଛି। ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଚଳିତ ଅଗଷ୍ଟ ପ୍ରଥମ ସପ୍ତାହରେ ଜେକେ ପେପର ମିଲ ଏମ୍ପ୍ଳୋଇଜ ୟୁନିୟନ ଏବଂ ଜେକେ ପେପର ମିଲ କଂଟ୍ରାକ୍ଟ ଶ୍ରମିକ ସଂଘ ତରଫରୁ ପୂର୍ବ ପ୍ରଦତ ୧୪ଦଫା ଦାବି ଉପରେ ହୋଇଥିବା ତ୍ରିପାକ୍ଷୀକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ପାଇଁ ନିଷ୍ପତି ହୋଇଥିଲା। କିନ୍ତୁ କମ୍ପାନୀ କର୍ତୁପକ୍ଷ ନିଜ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତି ନେବା ପାଇଁ କହି ୨୩ତାରିଖରେ ଶେଷ ନିଷ୍ପତି ଜଣାଇବେ ବୋଲି କହିଥିଲେ। ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ୧୪ଦଫା ଦାବି ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଲା ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦିନକୁ ୬୯୨ଟଙ୍କା ହିସାବରେ ମାସିକ ୧୮ହଜାର ଟଙ୍କା ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା, ଶ୍ରମିକଙ୍କୁ ଇଏସଆଇ, ଇପିଏଫ ଅର୍ନ୍ତଭୁକ୍ତ କରାଯିବା, ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା, ଫ୍ୟାକ୍ଟି୍ର ଆକ୍ଟ ଅନୁଯାୟୀ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ, ପରିସ୍ରାଗାର, ୱାସରୁମ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, କାରଖାନା ଆଇନ ଓ ରୁଲକୁ ସଂପୁର୍ଣ୍ଣ ଭାବେ କା୍ର୍ୟ୍ୟକାରୀ କରିବା, ଠିକା ଶ୍ରମିକଙ୍କ ପାଇଁ ୧୫ଲକ୍ଷଟଙ୍କାର ଗ୍ରୁପ୍ ବୀମା, ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଠିକା ଶ୍ରମିକଙ୍କ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି, ଶ୍ରମିକଙ୍କୁ ୨୦ପ୍ରତିଶତ ବୋନସ ଏବଂ ଏକ୍ସଗ୍ରାସିଆ ପ୍ରଦାନ କରିବା, ପୁରୁଷ ଶ୍ରମିକଙ୍କୁ ୨ଯୋଡା ୟୁନିଫର୍ମ ଓ ମହିଳାଙ୍କୁ ୨ଟି ଶାଢୀ ପ୍ରଦାନ କରିବା, ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ଜେକେ ପେପର ମିଲ କର୍ତୁପକ୍ଷ ନିଯୁୁକ୍ତି ଦେବା ସହ ଅନ୍ୟାନ୍ୟ ଦାବିଗୁଡିକର ସମାଧାନ କରିବା ସହ ପିସ୍ ରେଟ ଶ୍ରମିକ ପାଇଁ ସମାନ ସ୍ଳାବ ରେଟ୍, ସମସ୍ତ ଠିକା ଶ୍ରମିକଙ୍କୁ ୧୦ବର୍ଷ ପରେ କରିବା ଭଳି ଦାବିଗୁଡିକ ରହିଛି। ଏହି ତ୍ରିପାକ୍ଷିକ ଆଲୋଚନା ବୈଠକରେ ସହକାରୀ ଶ୍ରମ ଆୟୁକ୍ତ ପ୍ରଶାନ୍ତ ତ୍ରପାଠୀ, ଜିଳ୍ଳା ଶ୍ରମ ଅଧିକାରୀ ପ୍ରଦୀପ ଭୋଇ, ସହକାରୀ ଜିଲ୍ଳାପାଳ ଶିବ ପାଣିଗ୍ରାହୀ, ଏସଡିପିଓ ରାଜ କିଶୋର ଦାସ, ତହସିଲଦାର ଉମାକାନ୍ତ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଶ୍ରମିକ ସଂଗଠନର ସିଟୁ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି, ସିଟୁ ଜିଲ୍ଳା ସଭାପତି ହରେନ୍ଦ୍ର ନାଥ ଚନ୍ଦନା, ସାଧାରଣ ସଂପାଦକ ଏ.ଭି.ନାଇଡୁ, ଜିଲ୍ଳା ମଟର କର୍ମଚାରୀ ସଂଘର ସଭାପତି ସୁନୀଲ କର, ସିଟୁ-ଜିଲ୍ଳା ସଭାପତି, ରାଧାଶ୍ୟାମ ପଣ୍ଡା, ଡଃ.ଅଭିନ୍ନ କୁମାର ହୋତା, ଲକ୍ଷ୍ମଣ ପଲେଇ ପାତ୍ରଙ୍କ ସମତେ ଶତାଧିକ ଶ୍ରମିକମାନେ ଉପସ୍ଥିତ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top