ad
ଜିଲ୍ଲା ପରିକ୍ରମା

ଜେଏସ୍ଡବ୍ଲ୍ୟୁ ବିପିଏଲ ଟି୨୦ କ୍ରିକେଟ : ସନରାଇଜର୍ସ ସୁପର ଜାଏଣ୍ଟ୍ସ ଚାମ୍ପିୟନ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ପଥରକାଳି ପଡିଆରେ ଇଷ୍ଟକୋଷ୍ଟ ରେଳବାଇ କ୍ରୀଡା ସଂଘ ଆନୁକୂଲ୍ୟରେ ଜେଏସ୍ଡବ୍ଲ୍ୟୁ ସିମେଣ୍ଟ ପ୍ରାୟୋଜିତ ଭଦ୍ରକ ପ୍ରିମିୟର ଲିଗ ଚତୁର୍ଥ ସଂସ୍କରଣର ଫାଇନାଲ ଆଜି ଅନୁଷ୍ଠିତ ହୋଇ ଯାଇଛି। ଫାଇନାଲରେ ମହାବୀର ୱାରିୟର୍ସକୁ ହରାଇ ସନରାଇଜର୍ସ ସୁପରଜାଏଣ୍ଟ୍ସ ଚାମ୍ପିୟନ ହୋଇଛି। ଆଜି ଫାଇନାଲ ଖେଳ ମହାବୀର ୱାରିୟର୍ସ ଓ ସନରାଇଜର୍ସ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳା ଯାଇଥିଲା। ଟସ୍ ଜିତି ସନରାଇଜର୍ସ ଦଳ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୨୧୧ ରନ କରିଥିଲା। ଦଳ ପକ୍ଷରୁ ସମୀର ମହାନ୍ତି ୪୩ ଓ ଶୁଭମ ନାୟକ ୨୬ରନ କରିଥିଲେ। ମହାବୀର ୱାରିୟର୍ସର ସଞ୍ଜିତ ଚୌଧୁରୀ ୨ଟି ଓ ବିପିନ ସିଂ ଗୋଟିଏ ଉଇକେଟ ନେଇଥିଲେ। ୨୧୨ ରନ୍ର ପିଛା କରି ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ୱାରିୟର୍ସ ଦଳ ୧୦୫ରନରେ ଅଲ୍ ଆଉଟ ହୋଇ ମ୍ୟାଚ ହାରିଥିଲା। ୱାରିୟର୍ସର ସଞ୍ଜିତ ଚୌଧୁରୀ ୪୭ ଓ ଦେବପ୍ରିୟ ପଟ୍ଟନାୟକ ୨୨ରନ କରିଥିଲେ। ସୁପର ଜାଏଣ୍ଟ୍ସ ପକ୍ଷରୁ ପ୍ରୀତମଜିତ ଦାସ ୩ଟି ଓ ଆଲୋକ ସାହୁ ୨ଟି ଉଇକେଟ ନେଇଥିଲେ। ଆଜିର ମ୍ୟାଚକୁ ଅସିତ ପଟ୍ଟନାୟକ ଏବଂ ଶରତ ସାହୁ ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ଦେବନ ନାୟକ, ସୌରଭ ଦାସ, ନିରାକାର ସାହୁ ସ୍କୋରର ଥିଲେ। ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଭାରତର ପୂର୍ବତନ ହକି ଅଧିନାୟକ ପଦ୍ମଶ୍ରୀ ଦିଲିପ ତିର୍କୀ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ କ୍ରିକେଟିୟର ତଥା ଯୁବନେତା ଅସିତ ପଟ୍ଟନାୟକ, ଜେଏସ୍ଡବ୍ଲ୍ୟୁ ସିମେଣ୍ଟର ଓଡିଶା ମୁଖ୍ୟ ସଞ୍ଜୟ ସିଂ, ମୁଖ୍ୟ ବିତରକ ଦେବଦତ୍ତ ପଣ୍ଡା, ଭଦ୍ରକ କ୍ରିକେଟ ଆସୋସିଏସନର ସମ୍ପାଦକ ଉପେନ୍ଦ୍ର ବାରିକ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ ଯୋଗ ଦେଇଥିଲେ। ଫାଇନାଲ ଖେଳ ପ୍ରାରମ୍ଭରେ ଭଦ୍ରକ ଆସିଷ୍ଟାଣ୍ଟ କଲେକ୍ଟର ସୌମ୍ୟଶ୍ରୀ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ କରମର୍ଦ୍ଦନ କରିଥିଲେ। ଅଧ୍ୟକ୍ଷ ବୈଷ୍ଣବ ମହାନ୍ତି (ବୁଲୁ)ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ସମ୍ପାଦକ ହୃଦାନନ୍ଦ ଦାସ, ବୈଷୟିକ ମୁଖ୍ୟ କେ.ଭି.ପ୍ରସାଦ, ମିଡିଆ ପ୍ରଭାରୀ ବିମଳ ମିଶ୍ର, ପରେଶ ନାଏକ, ଶ୍ରୀଧର ମିଶ୍ର, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା, ହରିହର ବେହେରା, ଶ୍ରୀବତ୍ସ ଉପାଧ୍ୟାୟ, ଦିଲିପ ଦାସ, ବିକାଶ ସାହୁ, ହରିହର ବେହେରା, ରତିକାନ୍ତ ନାୟକ, ସଞ୍ଜୟ ମିଶ୍ର ପରିଚାଳନା କରିଥିବା ବେଳେ କେ.ଭି. ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top