ଜେଏସପିଏଲ ପକ୍ଷରୁ ଓ.ପି. ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ପାୱାର ଲିମିଟେଡ଼(ଜେଏସପିଏଲ)ର ଟିଆରବି ଲୌହ ଖଣି ତରଫରୁ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ସ୍ୱର୍ଗତ ଓମ ପ୍ରକାଶ ଜିନ୍ଦଲଙ୍କ ୮୮ ତମ ଜନ୍ମଦିବସ ଆଜି ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଥିବାରୁ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଆଖପାଖ ଅଂଚଳର ୧୬ଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନଙ୍କ ଖେଳ ପ୍ରତି ଥିବା ଉତ୍ସାହକୁ ଘନଘନ ବର୍ଷା ଏବଂ ପ୍ରତିକୂଳ ପାଗ କୌଣସି ପ୍ରଭାବ ପକାଇ ପାରିନଥିଲା। ପାରମ୍ପାରିକ ବେଶଭୂଷାରେ ଆସିଥିବା ଲୋକମାନେ ନୃତ୍ୟ ଏବଂ ମାଦଳର ତାଳେ ତାଳେ ଫୁଟବଲ ମ୍ୟାଚ ଗୁଡ଼ିକ ମନଭରି ଉପଭୋଗ କରିଥିଲେ। ବିଶେଷ କରି ପିଲାମାନେ ଏଥିରେ ଖୁବ ମଜ୍ଜା ଉଠାଇଥିଲେ। ଫାଇନାଲ ମ୍ୟାଚରେ ଫୁଲଝର ଦଳ ବନ୍ଦଲ ଦଳକୁ ୧-୦ ଗୋଲରେ ହରାଇ ଓ ପି ଜିନ୍ଦଲ ମେମୋରିୟାଲ ଟୁର୍ଣ୍ଣାମେଣ୍ଟ ୨୦୧୮ ଟ୍ରଫି ଜିତିଥିଲା। ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରି କୋଇଡ଼ା ତହସିଲଦାର ଦୁର୍ଯେ୍ୟାଧନ ଭୋଇ ଜେଏସପିଏଲ ଦ୍ୱାରା ଏଭଳି କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାକୁ ପ୍ରଶଂସା କରିଥିଲେ। ସେ କହିଲେଯେ, ଏଭଳି କାର୍ଯ୍ୟକ୍ରମ ବାସ୍ତବରେ ସ୍ୱାଗତଯୋଗ୍ୟ। ଏହି ଅବସରରେ ଟେନସା ଖଣି ମୁଖ୍ୟ ପ୍ରମୋଦ କୁମାର ପାତ୍ର କହିଲେଯେ, ଏହି ଅଂଚଳରେ ଭାତୃତ୍ୱ ସୃଷ୍ଟି କରିବା ଓ ଏହାକୁ ବଜାୟ ରଖିବା ପାଇଁ ଜେଏସପିଏଲ ଦ୍ୱାରା ଏଭଳି ପ୍ରତିଯୋଗିତାର ଆୟୋଜନ ଏକ ପ୍ରୟାସ ମାତ୍ର। ଏହି ଅଂଚଳ ତଥା ଅଂଚଳବାସୀଙ୍କ ସର୍ବାଙ୍ଗରନ ଉନ୍ନତି ପାଇଁ ଜେଏସିପିଏଲ ପ୍ରତିଶୁଦ୍ଧିବଦ୍ଧ। ଏଠାରେ ସ୍ମରଣୀୟ ଯେ, ଏଭଳି କାର୍ଯ୍ୟକ୍ରମ ୧୨ ବର୍ଷ ଧରି ଆୟୋଜନ କରାଯାଉଛି। ସକାଳେ ଖଣି ପରିସରରେ ଥିବା ମନ୍ଦିରରେ ଜିନ୍ଦଲଙ୍କ ସ୍କୃତିଚାରଣ କରାଯାଇ ପୁଷ୍ପଗୁଚ୍ଛ ପଅଦାନ କରାଯାଇଥିଲା କୋଇଡ଼ାଖଣ୍ଡର ସହଖଣି ନିର୍ଦ୍ଦେଶକ ସଲିଲ କୁମାର ବେହେରାଙ୍କ ଦ୍ୱାରା ଗାନି ଚାଳକ ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଏକ ସୁବିଧା ଗୃହ ଉଦଘାଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *