ଜେଏସପିଏଲ ଟେନସା ଖଣିକୁ ଜେଆଇପିଏମ ଟିପିଏମ ଉତ୍କର୍ଷତା ପୁରସ୍କାର

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ୯ଜେଏସପିଏଲ)ର ସ୍ଥାନୀୟ ଟି ଆର ବି ଲୌହ ଖଣି, ଟୋଟାଲ ପ୍ରୋଡ଼କଟିଭମେଣ୍ଟାନାସ(ଟିପିଏମ)ରେ ସର୍ବୋଚ୍ଚ ଉତ୍କର୍ଷତା ପାଇଁ ଜାପାନର ୂଟୋକିଓ ସ୍ଥିତ ଜାପାନ ଇନଷ୍ଟିଚ୍ୟୁଟ ଅଫ ପ୍ଲାଣ୍ଟ ମେଣ୍ଟାନାସ(କେଆଇପିଏମ) ପକ୍ଷରୁ ୨୦୧୭ ବର୍ଷ ପାଇଁ ଟିପିଏମ ଏକ୍ସିଲେନ୍ସ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଏକଜୁ୍ୟଟିଭ ଡାଇରେକ୍ଟର ଏବଂ ଗ୍ରୁପ ମୁଖ୍ୟ (ମାଇନ୍ସ ଏଣ୍ଡ ମିନେରାଲ) ଆଶିଷ କୁମାର କହିଲେଯେ, ଜେଆିପିଏମ ଭଳି ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ସମ୍ମାନିତ ହେବା ବାସ୍ତବରେ ଏକ ଗୌରବର ବିଷୟ। ଏହି ମାଇନ୍ସରେ ଆମେ ଉତ୍ପାଦନ, ଗୁଣବତ୍ତା, ସ୍ୱାସ୍ଥ୍ୟ, ସୁରକ୍ଷା, ବଜାୟ ରଖି ଆସୁଛୁ। ଏହା ନିଶ୍ଚିତ ଭାବରେ ଏକ ବିଶ୍ୱସ୍ତରୀୟ ପରାକାଷ୍ଠା ସୃଷ୍ଟି କରି ଖଣି ସଂସ୍ଥା ସହ ଜଡ଼ିତ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ମୋର ଦୃଢ ବିଶ୍ୱାସ। ଟିଆରବି ଆଇରନ ଓର ମାଇନ୍ସ ୟୁନିଟର ମୁଖ୍ୟ ପ୍ରମୋଦ କୁମାର ପାତ୍ର କହିଲେଯେ, ଏହି ସଫଳତା ପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ପରିଚାଳନାରେ ଜେଏସପିଏଲ ସବୁଠାରୁ ଉଚ୍ଚ ମାପକ ଅନୁସରଣ କରୁଥିବାରୁ ଏହା ପ୍ରତିଫଳିତ କରୁଛି। ଏହି ସଫଳତା ଦ୍ୱାରା ଟେନସା ମାଇନ୍ସ ଦେଶରେ କୋଇଲା, ଲୁହା, ବକ୍ସାଇଟ, ମାଙ୍ଗାନିଜ ଭଳି ଖଣି ଖନନ ସହ ଜଡ଼ିତ ୟୁନିଟ ଗୁଡ଼ିକ ମଧ୍ୟରେ ପ୍ରଥମ ମାଇନ୍ସ ଭାବେ ଜେଆଇପିଏମ ଦ୍ୱାରା ଚୟନ ଲାଭ କରିବାରେ ଗୌରବ ହାସଲ କରିଛି।

Leave a Reply

Your email address will not be published. Required fields are marked *