ଓଡ଼ିଶା

ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ

ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ସଂସଦର ମୌସୁମୀ ଅଧିବେଶନ-୨୦୧୮ ଜୁଲାଇ ୧୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। କେନ୍ଦ୍ର ରସାୟନ, ସାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଆଜି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକ ପରେ ଅନନ୍ତ କୁମାର ଗଣମାଧ୍ୟମକୁ ଏହା କହିଛନ୍ତି।

ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟଦିବସ ରହିବ ବୋଲି ସେ କହିବା ସହ ଗୃହକାର୍ଯ୍ୟକୁ ଫଳପ୍ରଦ କରିବା ପାଇଁ ସରକାରଙ୍କ ସହ ସମସ୍ତ ରାଜନୈତିକ ଦଳର ଗଠନମୂଳକ ସହଯୋଗ କାମନା କରିଛନ୍ତି। ନିକଟରେ ଜାରି ହୋଇଥିବା ମୋଟ ୬ଟି ଅଧ୍ୟାଦେଶକୁ ଅଧିବେଶନରେ ଗୃହୀତ କରାଇବାକୁ ପ୍ରସ୍ତାବ ରହିଛି।

ମନ୍ତ୍ରୀ କହିଲେ ଯେ, ସରକାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ କରାଇବାକୁ ଏହି ଅଧିବେଶନ କାଳରେ ଆଗତ କରିବେ। ସେଥିରେ ରହିଛି, ସମ୍ବିଧାନ (୧୨୩ତମ ସଂଶୋଧନ) ବିଲ୍-୨୦୧୭, ମୁସଲିମ ମହିଳା (ବିବାହର ସୁରକ୍ଷା ଏବଂ ଅଧିକାର) ବିଲ୍-୨୦୧୭, ତୃତୀୟ ଲିଙ୍ଗ ବ୍ୟକ୍ତି (ସୁରକ୍ଷା ଏବଂ ଅଧିକାର) ବିଲ୍-୨୦୧୬, ନ୍ୟାସନାଲ ମେଡିକାଲ କମିସନ ବିଲ୍-୨୦୧୭, ରାଇଟ୍ସ ଅଫ୍ ଚିଲଡ୍ରେନ ଟୁ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ (ଦ୍ୱିତୀୟ ସଂଶୋଧନ) ବିଲ୍-୨୦୧୭।

ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ. କୁରିଏନଙ୍କ କାର୍ଯ୍ୟକାଳ ଏ ମାସ ଶେଷ ହେଉଥିବାରୁ ଅଧିବେଶନ କାଳରେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନନ୍ତ କୁମାର କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top