ଜୁଲାଇ ୧ରୁ ଅକ୍ସିଟୋସିନ ଫର୍ମୁଲେସନ ଉପରେ ନିଷିଦ୍ଧାଦେଶ

– ଘରୋଇ ବ୍ୟବହାର ପାଇଁ ଔଷଧ ପ୍ରସ୍ତୁତ କରିବାକୁ ବେସରକାରୀ ନିର୍ମାତାଙ୍କୁ ମିଳିବନି ଅନୁମତି
– ଘରୋଇ ବ୍ୟବହାର ପାଇଁ କେବଳ କେଏପିଏଲ ଯୋଗାଇ ଦେବ ଔଷଧ

ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜୁଲାଇ ୨୦୧୮ରୁ ଘରୋଇ ବ୍ୟବହାର ପାଇଁ ଅକ୍ସିଟୋସିନ ଫର୍ମୁଲେସନ ଉତ୍ପାଦନ ଉପରେ ନିଷିଦ୍ଧାଦେଶ ଜାରୀ କରିଛି। ଏହାବ୍ୟତୀତ ଅକ୍ସିଟୋସିନ ଏବଂ ଏହାର ଫର୍ମୁଲେସନ ଆମଦାନୀ ଉପରେ ମଧ୍ୟ ନିଷିଦ୍ଧାଦେଶ ଜାରୀ କରିଛି।

ଜୁଲାଇ ୧, ୨୦୧୮ରୁ ଘରୋଇ ବ୍ୟବହାର ପାଇଁ ଔଷଧ ପ୍ରସ୍ତୁତ କରିବାକୁ କୌଣସି ବେସରକାରୀ ନିର୍ମାତାଙ୍କୁ ଅନୁମତି ଦିଆଯିବନାହିଁ। କେବଳ ପବ୍ଲିକ ସେକ୍ଟର କଂପାନୀ କର୍ଣ୍ଣାଟକ ଆଂଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ ଲିମିଟେଡ ଉପରୋକ୍ତ ତାରିଖରୁ ଘରୋଇ ବ୍ୟବହାର ପାଇଁ ଏହି ଔଷଧ ପ୍ରସ୍ତୁତ କରିବ। ଘରୋଇ ବ୍ୟବହାର ପାଇଁ ପଞ୍ଜୀକୃତ ଡାକ୍ତରଖାନା ଏବଂ କ୍ଲିନିକଗୁଡିକୁ ଅକ୍ସିଟୋସିନ ଫର୍ମୁଲେସନ କେଏପିଏଲ ଯୋଗାଇ ଦେବ। ଅକ୍ସିଟୋସିନ କୌଣସି କ୍ଷେତ୍ରରେ ମଧ୍ୟ ଅନ୍ୟ ନାମରେ ଖୁଚୁରା ଔଷଧ ବ୍ୟବସାୟୀ ବିକ୍ରୀ କରିପାରିବେ ନାହିଁ।

ଦେଶରେ ସାର୍ବଜନୀନ ଏବଂ ଘରୋଇ କ୍ଷେତ୍ରର ସମସ୍ତ ପଞ୍ଜୀକୃତ ଡାକ୍ତରଖାନା ଏବଂ କ୍ଲିନକଗୁଡିକୁ କେଏପିଏଲ ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *